ଦେଶରେ ରେକର୍ଡ ଭାଙ୍ଗୁଛି ସଂକ୍ରମଣ, ବିଶ୍ଵ ତାଲିକାରରେ ଇଟାଲିକୁ ପଛର ପକାଇ ଷଷ୍ଠ ସ୍ଥାନରେ ଭାରତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭାରତରେ କରୋନା ଲକ୍ ଡାଉନ ଶେଷ କରାଯାଇ ଅନଲକ୍-୧ ଲାଗୁ କରାଯାଇଛି । ହେଲେ ଏହାରି ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଦେଶରେ ବିଗତ ଏକ ସପ୍ତାହ ମଧ୍ୟରେ ୬୧ ହଜାରରୁ ଉର୍ଦ୍ଧ୍ବ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଭାରତ ବିଶ୍ଵ କରୋନା ତାଲିକାରେ ଇଟାଲିକୁ ଫଛରେ ପକାଇ ଷଷ୍ଠ ସ୍ଥାନରେ ପହଞ୍ଚିଛି । ବିଶ୍ଵ ତାଲିକାରେ ସପ୍ତମ ସ୍ଥାନରେ ଥିବା ଇଟାଲିରେ ବର୍ତ୍ତମାନ ୨ ଲକ୍ଷ ୩୪ ହଜାର ୫୩୧ ଜଣ ସଂକ୍ରମିତ ରହିଥିବା ବେଳେ ଷଷ୍ଠ ସ୍ଥାନରେ ଥିବା ଭାରତରେ ୨ ଲକ୍ଷ ୩୬ ହଜାର ୬୫୭ ଜଣ ସଂକ୍ରମିତ ରହିଛନ୍ତି ।

ଭାରତରେ ବିଗତ କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି । ପ୍ରତିଦିନ ୮ ରୁ ୯ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଗତ ୨୪ ଘଣ୍ଟାରେ ଭାରତରେ ୯ ହଜାର ୮୮୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୪ ଜଣଙ୍କ ପ୍ରାଣହାନୀ ହୋଇଛି । ଭାରତରେ ଯେଉଁଭଳି ଭାବେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି ତାକୁ ରୋକ ଲଗାଇବା ଜରୁରି ହୋଇ ପଡିଛି । ନହେଲେ ଭାରତ ବିଶ୍ଵ ତାଲିକାରେ ଥିବା ଆମେରିକାକୁ ମଧ୍ୟ ଫଛରେ ପକାଇ ଦେବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।

Leave a comment