କରୋନାରେ ଆକ୍ରାନ୍ତ କନ୍ଧମାଳର ଡାକ୍ତରୀ ଛାତ୍ର

0

ଓଡିଶା ଫାଷ୍ଟ( ବ୍ୟୁରୋ): କନ୍ଧମାଳର ଜିଲ୍ଲା ଫୁଲବାଣୀରେ ‘କରୋନା’ ଆତଙ୍କ ସୃଷ୍ଟି ହୋଇଛି। ଜଣେ ଡାକ୍ତରୀ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଇଛି। ଚୀନରେ ଡ଼ାକ୍ତରୀ ପାଠ ପଢୁଥିବା ଜଣେ ଛାତ୍ର ଏଥିରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସୂଚନା ଯୋଗ୍ୟ, ଉକ୍ତ ଛାତ୍ର ଜଣଙ୍କ ଚୀନରେ ଡ଼ାକ୍ତରୀ ପାଠ ପଢୁଥିଲେ। ଗତ ୧୧ ତାରିଖରେ ସେ ଅସୁସ୍ଥ ଅବସ୍ଥାରେ ଚୀନରୁ ଫେରିଥିଲେ। ଘରକୁ ଫେରିବା ଦିନ ଠାରୁ ତାଙ୍କୁ କାଶ, ଥଣ୍ଡା ଛାଡ଼ୁ ନଥିବାରୁ ସେ ଏଥିରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ‘କରୋନା’ ଆଶଙ୍କା କରି ଉକ୍ତ ଛାତ୍ର ଜଣଙ୍କ ନିଜେ ସିଡ଼ିଏମଓଙ୍କୁ ଚିଠି ଲେଖିଥିଲେ ବୋଲି ଜଣାପଡ଼ିଛି। ଚିଠି ଲେଖିବା ପରେ ଯୁବକଙ୍କୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Leave a comment