ରାଜଧାନୀ ସଂକ୍ରମଣରେ ଲାଗିବ ବ୍ରେକ୍: କଠୋର ହେଲା କମିଶନରେଟ୍ ପୁଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଦେଖାଦେଲାଣି ତୃତୀୟ ଲହର ଆଶଙ୍କା। ଦୈନିକ ନୂଆ ନୂଆ କେସ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏପରିକି ରାଜ୍ୟରେ କରୋନା ପାରା ବି ଉପରମୁହାଁ ହେବାରେ ଲାଗିଛି। ଏହାରି ଭିତରେ ସରକାର ନାଇଟ କର୍ଫ୍ୟୁ ଲଗାଇଛନ୍ତି। ଆଜି ରାତି ୯ଟାରୁ ଏହି ନାଇଟ କର୍ଫ୍ୟୁ କାର୍ଯ୍ୟକାରୀ ହେବ। ତେବେ ତୃତୀୟ ଲହର ମୁକାବିଲା ପାଇଁ ସମସ୍ତଙ୍କୁ ଅପିଲ କରିଛନ୍ତି ପୋଲିସ ସମିଶନର। ସେ କହିଛନ୍ତି ଟ୍ଵିନ ସିଟିରେ ନିୟୋଜିତ ହେବେ ୨୫ ପ୍ଲାଟୁନ ଫୋର୍ସ ସହ ୧୦୦ ଅଫିସର। ତେବେ ଚେତାଇଦେଇ କହିଛନ୍ତି ଏଣିକ କୋଭିଡ ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୋକାନ ମଲ ହୋଟେଲ ମାଲିକଙ୍କ ଦାୟିତ୍ବ କୋଭିଡ଼ ନିୟମ କିପରି ପାଳନ କରିବେ। ଯଦି ନିୟମ ଭଙ୍ଗ ହୁଏ ତାହାଲେ ୭ ଦିନ କିମ୍ବା ଅଧିକ ଦିନ ଯାଏ ଦୋକାନ ସିଲ ହେବ। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

Leave a comment