ସେପ୍ଟେମ୍ବରରେ କରୋନା ତୃତୀୟ ଲହର!

0

ଭୁବନେଶ୍ୱର(ଓଡ଼ିଶାଫାଷ୍ଟ ବ୍ୟୁରୋ):ରାଜ୍ୟରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ସାମାନ୍ୟ ଶିଥିଳ ପଡିଥିବା ଦେଖିବାକୁ ମିଳିଛି । ତେବେ କଟକଣା ଲାଗୁ ହେବା ପରେ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଅନୁଚିତ । ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ କରୋନାର ତୃତୀୟ ଲହର ଆସିପାରେ । ତେଣୁ ଏନେଇ ଜନସାଧାରଣ ସଚେତନ ରହିବା ଆବଶ୍ୟକ । ତୃତୀୟ ଲହରରେ ଛୁଆମାନେ ବେଶି ମାତ୍ରାରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଥିବାରୁ ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବା ସହ ସମସ୍ତ ପଦକ୍ଷେପ ନିଆଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ମେଡିକାଲରେ ଥିବା ୧୧୧୪ ଡାକ୍ତର ଓ ୧୦୨୬ ସ୍ୱାସ୍ଥ୍ୟକର୍ମୀଙ୍କୁ ଶିଶୁ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ତାମିଲ୍‌ ଦିଆଯିବ । ଶିଶୁଙ୍କ ପାଇଁ ଆଇସିୟୁ ଓ ଜେନେରାଲ୍‌ ବେଡ୍‌ ପ୍ରସ୍ତୁତ ରଖାଯାଇଛି । ୫ ପ୍ରତିଶତରୁ କମ୍‌ ସଂକ୍ରମଣ ଥିବା ଜିଲ୍ଲାମାନଙ୍କରେ ଅନଲକ୍‌ କରାଯିବା ନେଇ ବିଚାରବିମର୍ଶ ଚାଲିଛି । ଜନସାଧାରଣ ତୃତୀୟ ଲହରକୁ ନେଇ ଭୟଭୀତ ନ ହୋଇ ସାବଧାନ ରହିବାକୁ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

Leave a comment