ରାଜ୍ୟରେ ୧୯୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଉ ୧୯୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨୬୫୩ ରେ ପହଞ୍ଚିଯାଇଛି।ଏହି ୧୯୮୧ ଜଣଙ୍କ ମଧ୍ୟରୁ ୧୨୨୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୭୫୬ଟି ଲୋକାଲ୍ କେସ୍‌ । ୩୦ଟି ଜିଲ୍ଲାରୁ ଏହି ୧୯୮୧ ଜଣ ଚିହ୍ନଟ ହୋଇଥିବା ବେଳେ ସବୁଠୁ ଅଧିକ ଅଛନ୍ତି ଖୋର୍ଦ୍ଧା ଜିଲ୍ଲାରେ। ଏଠାରେ ୨୭୪ ଜଣ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରେ ୨୬୭, କନ୍ଧମାଳରେ ୧୭୯, ସୁନ୍ଦରଗଡ଼ରେ ୧୪୫ ଓ କଟକରେ ୧୩୧ ଜଣ ଚିହ୍ନଟ ହୋଇଛନ୍ତି।

Leave a comment