୨୯ ତାରିଖ ଘଟଣାର ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛି ହାବିଲଦାର-କନେଷ୍ଟବଳ ସିପାହୀ ମହାସଙ୍ଘ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନ ଯେତେ ଗଡୁଛି ଆଇନଜୀବୀ ଓ ପୁଲିସ ବିବାଦ ସେତିକି ବଢୁଛି । ସତେ ଯେପରି ପାଣ୍ଡବ ଓ କୌରଵ ଙ୍କ ଯୁଦ୍ଧ ଚାଲିଛି ବୋଲି ଲୋକେ ଆଲୋଚନା କଲେଣି । ଏହି ଦୁଇ ସଙ୍ଘ ଆଇନ ର ଦୁଇଟି ଅଭିର୍ଣ୍ଣ ଅଙ୍ଗ । ଏହି ଦୁଇଙ୍କ କଳିରେ ଜେଲ କାରାଗାର ର କଷ୍ଟକୁ ଝେଲୁଛନ୍ତି କେତେ ସାଧାରଣ କେସରେ ବନ୍ଧାଯାଇଥିବା ଅଭିଯୋଗ କାରି ।

ସୂଚନା ଅନୁଯାୟୀ, ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଏହାକୁ ପ୍ରତିବାଦ କରିଛି ହାବିଲଦାର-କନେଷ୍ଟବଳ ସିପାହୀ ମହାସଙ୍ଘ । ଗତ ୨୯ ତାରିଖ ଘଟଣାର ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛି ମହାସଙ୍ଘ । ପୋଲିସ କର୍ମଚାରୀମାନେ ସେମାନଙ୍କ କର୍ତ୍ତବ୍ୟ କରିଥିବା ବେଳେ ସେମାନଙ୍କୁ ନିଲମ୍ବନ କରାଯିବା ଅନ୍ୟାୟ ବୋଲି କହିଛି ମହାସଙ୍ଘ ।
ସେମାନଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି କହିବା ସହ ଏହି ମାମଲାର ପୁନର୍ବିଚାର ଦାବି କରିଛନ୍ତି ହାବିଲଦାର-କନେଷ୍ଟବଳ ସିପାହୀ ମହାସଙ୍ଘର ସଭାପତି । ଏହା ସହ ଚାଉଳିଆଗଂଜ ଆଇଆଇସିଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଗତ ୨୯ ତାରିଖରେ ହାଇକୋର୍ଟ ଭିତରେ ଜଣେ ପୋଲିସକୁ ମାଡ ମରାଯାଉଥିବା ଅଭିଯୋଗ ହୋଇଥିଲା । ସାଧା ପୋଷାକରେ ଡ୍ୟୁଟିରେ ଥିବା ସଂପୃକ୍ତ ପୋଲିସକୁ ଗୋଟିଏ ରୁମରେ ବନ୍ଦ କରି ରଖାଯାଇ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ପୋଲିସକୁ କିପରି ଘୋଷାଡି ଘୋଷାଡି ମାଡ଼ ମରା ଯାଇଥିଲା, ତା’ର ସିସିଟିଭି ଫୁଟେଜ୍ ମଧ୍ୟ ଜାରି କରିଥିଲା ହାବିଲଦାର କନେଷ୍ଟବଳ ସିପାହୀ ମହାସଂଘ ।

Leave a comment