ପ୍ରାର୍ଥୀ ଚୟନ ପାଇଁ ୧୩ରେ ଓଡ଼ିଶା ଆସିବ କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନିଂ କମିଟି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୩ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନିଂ କମିଟି ସଦସ୍ୟ । ଚଳିତମାସ ଶେଷ ସୁଦ୍ଧା ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଶେଷ ହେବ ବୋଲି ପୂର୍ବରୁ ଦଳ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ଏହି କାର୍ଯ୍ୟରେ ଓଡ଼ିଶା ଆସୁଛନ୍ତି । ଏ ସମ୍ପର୍କରେ ଆଜି ଦଳର ଉପସଭାପତି ଅନନ୍ତ ପ୍ରସାଦ ସେଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏଆଇସିସି ପକ୍ଷରୁ କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଭିଡି ସାଥୀଶାନ ଓ ସଦସ୍ୟ ନୌଶାଦ ସୋଲାଙ୍କି ସାଧାରଣ ର୍ନିବାଚନ ପାଇଁ ପ୍ରାର୍ଥୀ ଚୟନ ସମ୍ପର୍କରେ ମତାମତ ଓ ତଥ୍ୟ ସଂଗ୍ରହ କରିବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେମାନେ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଏଠାରେ ରହିବେ । କମିଟି ସଦସ୍ୟ ସୋଲାଙ୍କି ୧୩ ତାରିଖରେ ବ୍ରହ୍ମପୁର ଆସିକା ଓ ବ୍ରହ୍ମପୁର ଲୋକସଭା ର୍ନିବାଚନ ମଣ୍ଡଳୀ, ୧୪ ରେ ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ର୍ନିବାଚନ ମଣ୍ଡଳୀ ଏବଂ ୧୫ ତାରିଖରେ ଜୟପୁରଠାରେ କୋରାପୁଟ ଲୋକସଭା ଓ ଏହାର ସମସ୍ତ ବିଧାନସଭା ର୍ନିବାଚନ ମଣ୍ଡଳୀର ପ୍ରାର୍ଥୀ ଚୟନ ସମ୍ପର୍କରେ ମତ ଗ୍ରହଣ କରିବେ ବୋଲି ସେଠୀ ସୂଚନା ଦେଇଛନ୍ତି ।

Leave a comment