ରୋମିଓ କଂଗ୍ରେସ ନେତାଙ୍କୁ ବିଚ୍ ରାସ୍ତାରେ ପିଟିଲେ ମହିଳା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ମହିଳାଙ୍କୁ ପିଛା କରି ଅସଦାଚରଣ କରିବାରୁ କଂଗ୍ରେସ ନେତାଙ୍କୁ ଉତ୍ତମମଧ୍ୟମ ଦେଲେ ଦୁଇ ମହିଳା। ଏନେଇ ଏକ ଭିଡିଓ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ଉତ୍ତରପ୍ରଦେଶର ଜାଲୌନରେ ବିଚ୍ ରାସ୍ତାରେ କଂଗ୍ରେସ ଜିଲ୍ଲାଧ୍ୟକ୍ଷଙ୍କୁ ପିଟିଲେ ମହିଳା। ଜିଲ୍ଲା କଂଗ୍ରେସ ସଭାପତି ଅନୁଜ ମିଶ୍ର ଜଣେ ମହିଳାଙ୍କୁ ଦୀର୍ଘଦିନ ହେଲା ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ମହିଳାଜଣଙ୍କ ଅନୁଜଙ୍କ ବିରୋଧରେ ଥାନାରେ ଫେରାଦ ହୋଇଥିଲେ ହେଁ ଫଳ କିଛି ମିଳିନଥିବା କହିଛନ୍ତି। ତେଣୁ ବାଧ୍ୟହୋଇ ଅନୁଜଙ୍କୁ ଶିକ୍ଷା ଦେବାକୁ ଅଣ୍ଟା ଭିଡ଼ିଥିଲେ ମହିଳା।
ତେବେ ଏହି ଘଟଣା ଓରାଇ କୋଟବାଲି ଅଞ୍ଚଳରେ ଘଟିଛି । କଂଗ୍ରେସ ଜିଲ୍ଲା ସଭାପତି ଅନୁଜ ମିଶ୍ର ମହିଳାଙ୍କୁ ଫୋନ୍ କରି ଅଶ୍ଲୀଳ ଭାଷାରେ କଥାବାର୍ତ୍ତା କରୁଥିବା ନେଇ ଅଭିଯୋଗ ହୋଇଛି। ତେବେ ମହିଳା ଜଣଙ୍କ ନେତାଙ୍କ ଏଭଳି କାରନାମା ସମ୍ପର୍କରେ ରାଜ୍ୟ କଂଗ୍ରେସ ସଭାପତିଙ୍କୁ ଜଣାଇଥିଲେ। କିନ୍ତୁ ରାଜ୍ୟ ସଭାପତି ନିଜ ନେତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ମହିଳା ଅନୁଜଙ୍କୁ ଓରାଇ କୋଟବାଲିକୁ ଡାକି ମାଡ଼ ମାରିଥିଲେ।