ଅରୁଣ ଙ୍କ ଗିରଫ ଦାବିକରି ସିବିଆଇ ଆଗରେ ଧାରଣାରେ ବସିଲା କଂଗ୍ରେସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନବକଳେବର ସମୟରେ ବିବାଦରେ ଫସିଥିବା ତତ୍କାଳୀନ ଆଇନ ମନ୍ତ୍ରୀ ଅରୁଣ ସାହୁ ଙ୍କ ବିରୋଧରେ ପୁଣିଥରେ ସ୍ୱର ଉତ୍ତୋଳନ କରିଛନ୍ତି ନୟାଗଡ଼ କଂଗ୍ରେସ କର୍ମୀ । ସେମାନଙ୍କ ଅଭିଯୋଗ ହେଲା ଦାରୁ ଚୟନ ଠାରୁ ଆରମ୍ଭ କରି ବ୍ରହ୍ମ ପରିବର୍ତ୍ତନ ପର୍ଯ୍ୟନ୍ତ ସବୁଠି ହୋଇଥିଲା ବିଭ୍ରାଟ । ଏହାକୁ ପୁଣି ଥରେ ସାମ୍ନାକୁ ଆଣିଛି ନୟାଗଡ଼ କଂଗ୍ରେସ । ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାସ ଓ ରାଜ୍ୟ ମହିଳା କଂଗ୍ରେସ ଉପ ସଭାପତି ଶୁଭଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କର୍ମୀମନେ ଭୁବନେଶ୍ୱରରେ ଥିବା ସିବିଆଇ ର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରି ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ଗିରଫଦାରୀ ଦାବି କରିଥିଲେ ।

ସୂଚନା ଅନୁଯାୟୀ, ନୟାଗଡ଼ କଂଗ୍ରେସ କର୍ମୀଙ୍କ ଅଭିଯୋଗ ଅନୁସାରେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ସହମତି କ୍ରମେ ପିଢ଼ି ପିଢ଼ି ଧରି ଚାଲି ଆସିଥିବା ପରମ୍ପରାକୁ ଭଙ୍ଗ କରାଯାଇଛି । ଅରୁଣ ନିଜ ଦାୟିତ୍ବକୁ ସୂଚାରୁ ରୂପେ ତୁଲାଇବାରେ ସମର୍ଥ ହୋଇପାରିନଥିଲେ । ବରଂ ଗଣମାଧ୍ୟମ ର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପଲଟିବକୁ ଯାଇ ଅନେକ ଭୁଲ କରିବସିଥିଲେ । ତତ୍କାଳନୀ ଆଇନ ମନ୍ତ୍ରୀ ଅରୁଣ ସାହୁ ସବରପୁରୀ ରେ ପ୍ରବେଶ କରିବା ଓ ଦଇତାପତିଙ୍କ କୋଳରେ ଶୋଇଥିବା ଫଟୋ ଯାହାକି ସେ ସମୟରେ ସୋସିଆଲ ମିଡିଆରେ ଭାଇରଲ ହୋଇ ଘୁରି ବୁଲିଥିଲା । ଯାହାକୁ ନେଇ ଦାରୁ ଚୟନ ଠାରୁ ଆରମ୍ଭକରି ବ୍ରହ୍ମ ପରିବର୍ତ୍ତନ ପର୍ଯ୍ୟନ୍ତ ଏହାର ସ୍ୱଚ୍ଛତା ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା । ଯାହାକି ଜଗନ୍ନାଥ ପ୍ରେମୀଙ୍କ ମନରେ କୁଠାରଘାତ କରିଥିଲା ।

ସିବିଆଇ ଅଫିସରେ ଏହି ଘଟଣାର ଅଭିଯୋଗ ସହ ପ୍ରମାଣ ସ୍ୱରୂପ ଫଟୋ ମଧ୍ୟ ଦିଆଯାଇ ସିବିଆଇ ଦ୍ୱାରା ଏହାର ତଦନ୍ତ ଦାବି କରାଯାଇଛି । ଏହାସହ ଚିଟଫଣ୍ଡ ଦୁର୍ନୀତିରେ ଅରୁଣ ସାହୁଙ୍କ ସମ୍ପୃକ୍ତି ତଦନ୍ତ କୁ ମଧ୍ୟ ପୁନର୍ବାର କରିବାକୁ ଦାବି କରିଥିଲେ ନୟାଗଡ଼ କଂଗ୍ରେସ କର୍ମୀ ।

 

Leave a comment