ବିଜେପୁର ପାଇଁ ଉତ୍ସାହି ନୁହଁନ୍ତି ବିଜେପି ଓ କଂଗ୍ରେସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପୁର ପାଇଁ ଉତ୍ସାହି ନୁହନ୍ତି ବିଜେପି ଓ କଂଗ୍ରେସ । ନିର୍ବାଚନ ଛୋଟ ହେଉକି ବଡ ହେଉ ବିଜେଡି ତାହାକୁ ଗୁରୁତ୍ୱ ଦେଉଛି । ୧୧୨ ବିଧାୟକ ଅଛନ୍ତି ତଥାପି ଗୋଟିଏ ହାରିଗଲେ ବିଜେଡିର କୌଣସି ଅସୁବିଧା ହେବନାହିଁ । ବିଜେଡି ସାଧାରଣ ନିର୍ବାଚନରେ ଯେଉଁପରି ତାର ଆଭିମୁଖ୍ୟ ରଖିଥିଲା ପାଟକୁରା ନିର୍ବାଚନ ହେଉକି ବିଜେପୁର ଉପନିର୍ବାଚନ ହେଉ ସେ ସମାନ ଆଭିମୁଖ୍ୟ ରଖିଛି ।
ଅପରପକ୍ଷରେ ବିଜେପି ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଙ୍କ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲା । ଚାହିଁଥିଲେ ନିର୍ବାଚନକୁ ଠିକ ଭାବରେ ଲଢ଼ି ଲୋକଙ୍କୁ ଏକ ଭଲ ମେସେଜ ଦେଇପାରିଥାନ୍ତା । ସେହିପରି କଂଗ୍ରେସ ମଧ୍ୟ ନାମକୁ ମାତ୍ର ବିଜେପୁର ନିର୍ବାଚନ ଲଢ଼ୁଛି । ମାତ୍ର ବିଜେଡି ଯେତେ ଗୁରୁତର ସହ ଉପନିର୍ବାଚନ ଲଢ଼ୁଛି ସେହିପରି କୌଣସି ବିରୋଧୀ ଦଳ ଲଢୁ ନାହାନ୍ତି । ବିଜେପି ଲୋକଦେଖାଣିଆ ଭାବେ ବିଜେଡିକୁ ଟାର୍ଗେଟ କରୁଥିଲେ ମଧ୍ୟ ଭିତରେ ନିର୍ବାଚନ ଲଢ଼ିବାର ସେପରି କିଛି ଜୋସ ଦେଖାଯାଉନାହିଁ । ସେହିପରି କଂଗ୍ରେସ ନିଜ ପାଖରେ ପାର୍ଟିଫଣ୍ଡ ନଥିବା କହି ଯୁଦ୍ଧ ପୂର୍ବରୁ ଅସ୍ତ୍ର ବିରତି ଘୋଷଣା କରିସାରିଛି ।