ଶଙ୍ଖର ଏହି ଉପାୟ ଦୂର କରିବ ଆର୍ଥିକ ସମସ୍ୟା, ଘରେ ହେବ ଧନବର୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧର୍ମ ଗ୍ରନ୍ଥରେ ଶଙ୍ଖକୁ ଦେବୀ ମହାଲକ୍ଷ୍ମୀଙ୍କର ଭାଇ ବୋଲି ଧରାଯାଏ। କାହିଁକିନା ଉଭୟଙ୍କ ଉତ୍ପତ୍ତି ସମୁଦ୍ରରେ ହୋଇଥିଲା। ଏହି କାରଣରୁ ଅନେକ ଜ୍ୟୋତିଷ ଏବଂ ତନ୍ତ୍ର ଉପାୟରେ ଶଙ୍ଖର ଉପଯୋଗ କରାଯାଇଥାଏ। ଶଙ୍ଖ ମଧ୍ୟ ଅନେକ ପ୍ରକାରର ରହିଛି। ଏଥିପାଇଁ ଶଙ୍ଖର କିଛି ବିଶେଷ ଉପାୟ ରହିଛି ଯାହାକୁ ଆପଣେଇବା ଦ୍ୱାରା ଧନ ସମସ୍ୟା ସମାପ୍ତ ହୋଇପାରେ। ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।
-ଦକ୍ଷିଣାବର୍ତ୍ତୀ ଶଙ୍ଖରେ କ୍ଷୀର ଭରି ସେଥିରେ ଭଗବାନ ବିଷ୍ଣୁଙ୍କୁ ଅଭିଷେକ କରନ୍ତୁ। ଏପରି କଲେ ଧନ ଲାଭ ହେବ।

-ଭଗବାନ ବିଷ୍ଶୁ ମନ୍ଦିରରେ ଶଙ୍ଖ ଦାନ କରନ୍ତୁ। ଏହାଦ୍ୱାରା ମଧ୍ୟ ଧନ ସମ୍ବନ୍ଧୀତ ସମସ୍ୟାରେ ଫାଇଦା ହେବ।

-ଯେଉଁ ସ୍ଥାନରେ ପାନୀୟ ଜଳ ରଖୁଛନ୍ତି, ସେଠାରେ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଗଙ୍ଗାଜଳ ଭରି ରଖନ୍ତୁ। ଏହାଦ୍ୱାରା ପିତୃଦୋଷ କମ୍‌ ହୋଇଥାଏ।

-ମୋତି ଶଙ୍ଖରେ ସାଗୁ ଚାଉଳ ଭରି ରଖନ୍ତୁ। ପରେ ଏହାକୁ କପଡାରେ ବାନ୍ଧି ଆଲମାରୀରେ ରଖନ୍ତୁ।

-ନିଜ ପୂଜା ଘରେ ସ୍ଥାନରେ ଦକ୍ଷିଣାବର୍ତ୍ତୀ ଶଙ୍ଖର ସ୍ଥାପନା କରନ୍ତୁ ଏବଂ ପ୍ରତିଦିନ ବିଧି-ବିଧାନରେ ଏହାର ପୂଜା କରନ୍ତୁ।

-କୌଣସି ପବିତ୍ର ନଦୀରେ ଶଙ୍ଖ ପ୍ରବାହିତ କରନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କୁ ମନୋକାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରନ୍ତୁ।

Leave a comment