ଫେକ ଆକାଉଣ୍ଟ ନେଇ ପୋଲିସରେ ଅଭିଯୋଗ କଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନାଁରେ ଖୋଲାଯାଇଛି ଫେକ ଆକାଉଣ୍ଟ । ଏହାକୁ ନେଇ ଶ୍ରୀ ବର୍ମା ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି ।
Related Posts
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଭିଯୋଗ ମୁତାବକ, କୌଣସି ମନ୍ଦ ଉଦ୍ଦେଶ୍ୟ ରଖି କେହି ବ୍ୟକ୍ତି ଶ୍ରୀ ବର୍ମାଙ୍କ ନାଁରେ ଆକାଉଣ୍ଟ ଖୋଲି ଏହାକୁ ପରିଚାଳନା କରୁଛି । ଏହାସହ ସେ ଏହି ଆକାଉଣ୍ଟରେ ଶ୍ରୀ ବର୍ମାଙ୍କ ପ୍ରୋଫାଇଲ ଫୋଟୋ ମଧ୍ୟ ରଖିଛି । ତେଣୁ ଏହି ଫେକ ଆକାଉଣ୍ଟକୁ ବିଶ୍ୱାସ ନକରିବାକୁ ଜିଲ୍ଲାପାଳ ଅନୁରୋଧ କରିବା ସହ ଏହାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ।