ଆରମ୍ଭ ହେଲା ଏକକ ପିଜି ପ୍ରବେଶିକା ପରୀକ୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା। ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟରେ ଥିବା ସ୍ନାତକୋତ୍ତର ବିଭାଗଗୁଡ଼ିକରେ ନାମ ଲେଖିବା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ଆରମ୍ଭ ହୋଇଛି । ଏହି ପରୀକ୍ଷା ସେପ୍ଟେମ୍ବର ୩ ତାରିଖରେ ଶେଷ ହେବ । ଏଥିପାଇଁ ୬୩ ହଜାର ୩୧୩ ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି ।

ପ୍ରତିଦିନ ୩ଟି ସିଟିଂରେ ପରୀକ୍ଷା ହେବା । ପ୍ରଥମ ସିଟିଂ ସକାଳ ୧୦ଟାରୁ ଆରମ୍ଭ ହୋଇ ୧୧ଟା ୩୦ରେ ଶେଷ ହେବ । ଦ୍ବିତୀୟ ସିଟିଂ ୧୨ଟା ୩୦ରୁ ୨ଟା ଓ ତୃତୀୟ ସିଟିଂ ୩ଟାରୁ ଆରମ୍ଭ ହୋଇ ୪ଟା ୩୦ରେ ଶେଷ ହେବ । ଅକ୍ଟୋବର ୧୨ ତାରିଖରେ ବିଭାଗ ଅନୁଯାୟୀ ରାଜ୍ୟସ୍ତରୀୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ । ଅକ୍ଟୋବର ୧୭ପର୍ଯ୍ୟନ୍ତ ଚଏସ୍ ଫିଲିଂ କରିପାରିବେ ଛାତ୍ରଛାତ୍ରୀ । ୨୨ରେ ପ୍ରଥମ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ୍ ଆଲଟମେଣ୍ଟ୍ ପ୍ରକାଶ ପାଇବ। ୨୫ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅନଲାଇନ୍‌ରେ ଫି’ ଦାଖଲ କରିବେ । ନଭେମ୍ବର ୧୨ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ସରିବ ବୋଲି ସାମ୍‌ସ କର୍ତ୍ତପକ୍ଷ ସୂଚନା ଦେଇଛନ୍ତି ।

Leave a comment