ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କୋଭିଡ଼ ସକ୍ରମଣ କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ବାସୀ କ ଭଲ ପାଇବା ଓ ଶୁଭେଚ୍ଛା ନିମନ୍ତେ ସେ ସବୁବେଳେ ଋଣୀ।
ଗତ ଆଠମାସ ହେଲା କୋଭିଡ଼ ଯୋଗୁଁ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି। ତେଣୁ ଆଗାମୀକାଲି ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା,ରକ୍ତଦାନ କରିବା ଏବଂ plasma ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣକୁ ନିବେଦନ କରିଛନ୍ତି।