ମୟୁରଭଞ୍ଜରେ ୨୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡିଶା ଫାଷ୍ଟ( ବ୍ୟୁରୋ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକୱ ଆଜି ମୟୁରଭଞ୍ଜ ଗସ୍ତ କରି ବିଭିନ୍ନ ପ୍ରକଳପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର କରିଛନ୍ତି। ଆଦାନି ଫାଉଣ୍ଡେସନ ସହଯୋଗରେ ଆଜି କିସ(କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ)ର ଆବାସିକ ଜନଜାତି ବିଦ୍ୟାଳୟକୁ ଉଦଘାଟନ କରିଛନ୍ତି | ଏହି ବିଦ୍ୟାଳୟରେ ୧୫୦୦ ଛାତ୍ରଛାତ୍ରୀ ରହି ପାଠପଢ଼ିବାର ସୁବିଧା ରହିଛି।
ବାରିପଦାର ବାଙ୍କୀସୋଳରେ ନିର୍ମିତ ହୋଇଥିବା ଏହି ବିଦ୍ୟାଳୟର ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଆଦାନି ଗ୍ରୁପର ଅଧ୍ୟକ୍ଷ ଗୌତମ ଏସ ଆଦାନି, କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ | ଏହା ଛଡା ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ୫ କୋଟିର ପ୍ୟାକେଜ୍ ଘୋଷଣା ସହ ୧୮ଟି ପାଇପ ଯୋଗାଣ ପ୍ରକଳ୍ପ, ୫ଟି ହାଇଲେଭଲ ସେତୁ, ମୋରଡା ବ୍ଲକରେ ନିର୍ମିତ ଭାଲିଆସୋଲ ଆଦର୍ଶ ବିଦ୍ୟାଳୟ ପ୍ରମୁଖ ଉଦଘାଟନ କରିଛନ୍ତି | ସେହିପରି ୨୦୦ କୋଟି ୩୦ ଲକ୍ଷ ଟଙ୍କା ମୂଲ୍ୟରେ ନିର୍ମାଣ ହେବାକୁ ଥିବା କିଛି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି | ବାରିପଦା ମ୍ୟୁନିସିପାଲଟି ଅଞ୍ଚଳବାସୀଙ୍କ ପାଇଁ ଜଳଯୋଗାଣ ବ୍ୟବସ୍ଥା ସହ ୨ଟି ମେଗା ଜଳଯୋଗାଣ ପ୍ରକଳ୍ପ ଓ ୩ଟି ଜଳଯୋଗାଣ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି |