ଶହୀଦଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ କହିଲେ ମୁଁ ଆପଣଙ୍କ ସାଥିରେ ଅଛି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲ୍ଲା ଗୋରିପୋରାରେ ଗୁରୁବାର ଆତଙ୍କବାଦୀଙ୍କ ଦ୍ୱାରା ଉମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ(ଆଇଇଡି) ବିସ୍ଫୋରଣ କରାଯାଇଛି ।

ଏଥିରେ ୪୫ରୁ ଊର୍ଦ୍ଧ୍ଵ ଯବାନ ଶହୀଦ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଘର ଓଡ଼ିଶାରେ । ଶହୀଦ ପ୍ରସନ୍ନ ସାହୁଙ୍କ ଘର ଜଗତସିଂହପୁର ଜିଲ୍ଲାରେ ଓ ମନୋଜ ବେହେରାଙ୍କ ଘର କଟକ ଜିଲ୍ଲାରେ । ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କ ପରିବାରକୁ ଫୋନ କରି ସମବେଦନା ଜଣାଇବା ସହ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ମା ମୁଁ ବହୁତ ଦୁଃଖି ଓ ମୁଁ ଆପଣଙ୍କ ସାଥିରେ ଅଛି । ମୁଖ୍ୟମନ୍ତ୍ରୀ ପ୍ରସନ୍ନଙ୍କ ମାଆ ଓ ମନୋଜଙ୍କ ସ୍ତ୍ରୀଙ୍କ ସହ କଥା ହୋଇଥିଲେ ।

Leave a comment