୬ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା, ୪ଜଣଙ୍କୁ ପ୍ରମୁଖ ସଚିବ ପାହ୍ୟା ଦାୟିତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପଦେଷ୍ଟା ପଦବୀରେ ନିଯୁକ୍ତ ହୋଇଥବା ଦଳୀୟ ନେତା ମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଓ ପ୍ରମୁଖ ସଚିବ ପାହ୍ୟା ଦାୟିତ୍ୱ ପ୍ରଦାନ କରିଛନ୍ତି ।
ସୂଚନା ଅନୁଯାୟୀ, ବିଜେଡିର ୧୧ଜଣ ନେତା ତଥା ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥାର ଉପଦେଷ୍ଟାଙ୍କ ମଧ୍ୟରୁ ୬ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା, ଜଣଙ୍କୁ ମୁଖ୍ୟ ସଚିବ ପାହ୍ୟା ଓ ଅନ୍ୟ ୪ଜଣଙ୍କୁ ପ୍ରମୁଖ ସଚିବ ପାହ୍ୟାର ମାନ୍ୟତା ପ୍ରଦାନ କରାଯାଇଛି ।
* ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଥିବା ନେତାମାନେ ହେଲେ :
୧. ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଉପଦେଷ୍ଟା- ରାମଚନ୍ଦ୍ର ପଣ୍ଡା
୨. କୃଷି ଓ କୃଷକ କଲ୍ୟାଣ ବିଭାଗ ଉପଦେଷ୍ଟା – କୃତିବାସ ପାତ୍ର
୩. ମିଶନ ଶକ୍ତି ଉପଦେଷ୍ଟା – ଲୋପାମୁଦ୍ରା ବକ୍ସିପାତ୍ର
୪. ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା- ସୁଧୀର ଦାସ
୫. ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଉପଦେଷ୍ଟା- ମୁନ୍ନା ଖାଁ
୬. ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଉପଦେଷ୍ଟା- ଅନୁଭବ ପଟ୍ଟନାୟକ
* ପ୍ରମୁଖ ସଚିବ ପାହ୍ୟା ଦରମା ଓ ସୁବିଧା ସୁଯୋଗ ପାଇଥିବା ନେତାମାନେ ହେଲେ:
୧. ସ୍ୱତନ୍ତ୍ର ବିକାଶ ପରିଷଦର ପରାମର୍ଶଦାତା- ସୁଜିତ୍ କୁମାର(ପ୍ରମୁଖ ସଚିବ ପାହ୍ୟା)
୨. ମହିଳା ଓ ଶିଶୁବିକାଶ ବିଭାଗର ଉପଦେଷ୍ଟା- ସୁଲତା ଦେଓ(ପ୍ରମୁଖ ସଚିବ ପାହ୍ୟା)
୩. ଚିଲିକା ଉନ୍ନୟନ ପ୍ରାଧିକରଣ ଉପଦେଷ୍ଟା- ଉତ୍କଳ କେଶରୀ ପରିଡ଼ା(ପ୍ରମୁଖ ସଚିବ ପାହ୍ୟା)
୪. ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ଉପଦେଷ୍ଟା- ଜନ୍ମେଜୟ ଲେଙ୍କା(ପ୍ରମୁଖ ସଚିବ ପାହ୍ୟା)