ବୁଲା ପ୍ରାଣୀଙ୍କ ପାଇଁ ୬୭ ଲକ୍ଷ ୫୨ ହଜାର ମଞ୍ଜୁର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୃତୀୟ ପର୍ଯ୍ୟାୟରେ ବୁଲା ପ୍ରାଣୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର ମିଳିଛି । ଭୁବନେଶ୍ୱରରେ ଦିନକୁ ୨୦ହଜାର ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ୪ ମ୍ୟୁନିସିପାଲ କର୍ପୋରୋସନ ଦିନକୁ ୧୦ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରିବେ ।

ସୂଚନାଯୋଗ୍ୟ, ୪୮ଟି ମ୍ୟୁନିସିପାଲିଟି ଦିନକକୁ ୫ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରିବେ । ସେହିପରି ୬୧ଟି ଏନଏସି ଦିନକୁ ୨ହଜାର ଟଙ୍କା ଖର୍ଚ୍ଚ କରିବେ । ପୂର୍ବରୁ ୨ଟି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଟିରୁ ଏବାଦରେ କୋଟିଏ ୧୩ ଲକ୍ଷ ୯୪ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । କୋଭିଡ ପରିଚାଳନା ପାଇଁ କଟକ ମହାନଗର ନିଗମକୁ ୧୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଇଛି ।

Leave a comment