୫-ଟି ଅଧୀନରେ ୮ଟି ଟେକ୍ନୋଲୋଜି ଚାଳିତ ସମାଧାନ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗ ପାଇଁ ୫ଟି ପଦକ୍ଷେପ ଅଧୀନରେ ୮ଟି ଟେକ୍ନୋଲୋଜି ଚାଳିତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ସେବା ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ମୋ ସରକାର ଶାସନର ଗୁଣବତ୍ତାରେ ଏକ ଦୃଷ୍ଟାନ୍ତମୂଳକ ଉନ୍ନତି ଆଣିଛି ଏବଂ ଜନସେବା ବିତରଣକୁ ସହଜ କରିଛି |

୮ଟି ଟେକ୍ନୋଲୋଜି ଚାଳିତ ସମାଧାନ ପ୍ରକ୍ରିୟା ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ଓଡିଶା ଦେଶର ପ୍ରଥମ ରାଜ୍ୟ ଯାହାକି ଏକ ଉନ୍ନତ ପ୍ରଣାଳୀ ସ୍ଥାପନ କରିଛି। ଭୁବନେଶ୍ୱରରେ ମୂଲ୍ୟବାନ ସରକାରୀ ଜମିର ସୁରକ୍ଷା ତଥା ଯୋଜନାବଦ୍ଧ ବିକାଶ ସୁନିଶ୍ଚିତ କରିବା ପାଇଁ ମହାକାଶ ପ୍ରଯୁକ୍ତିବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତା ବ୍ୟବହାର କରାଯାଉଛି । ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି ଯେ, ଏହା ସରକାରୀ ସମ୍ପତ୍ତିର ସାମଗ୍ରିକ ପରିଚାଳନାରେ ଅଧିକ ଦକ୍ଷତା ଆଣିବ ଏବଂ ନାଗରିକଙ୍କ ଦ୍ବାରା ସରକାରୀ ଉତ୍ସକୁ ସହଜ ପ୍ରବେଶ ସହିତ ଉତ୍ତରଦାୟିତ୍ୱ ବଢ଼ାଇବ।

ରାଜ୍ୟ ପାଇଁ ତାଙ୍କ ଦୃଷ୍ଟିକୋଣ ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ସମସ୍ତ ଜନସେବା ଅନଲାଇନରେ ଉପଲବ୍ଧ ହେବ ଏବଂ ଏଥିପାଇଁ କୌଣସି ନାଗରିକ ସରକାରୀ କାର୍ଯ୍ୟାଳୟକୁ ଆସିବା ଆବଶ୍ୟକ କରିବେ ନାହିଁ । ଏହି ବ୍ୟବସ୍ଥା ଅଗଷ୍ଟ ୧୫ରେ ଲାଗୁ ହେବାକୁ ଥିବା ବେଳେ କୋଭିଡ୍ ଯୋଗୁଁ ବିଳମ୍ବିତ ହୋଇଛି। ତେବେ ଆସନ୍ତା ଅକ୍ଟୋବର ୨, ୨୦୨୦ ସୁଦ୍ଧା ସମସ୍ତ ଜନସେବାକୁ ଅନଲାଇନରେ ଉପଲବ୍ଧତା ନିଶ୍ଚିତ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଜନସେବା ପାଇଁ ଆଜି ଆରମ୍ଭ ହୋଇଥିବା ଟେକ୍ନୋଲୋଜି ସମାଧାନଗୁଡ଼ିକ ହେଉଛି:

୧. ଭୁବନେଶ୍ୱର ଲ୍ୟାଣ୍ଡ ଇଉଜ୍ ଇଣ୍ଟେଲିଜେନ୍ସ ସିଷ୍ଟମ୍

୨. ଇ-ପ୍ରବେଶ – ପରିଦର୍ଶକ ପାସ୍ ପରିଚାଳନା ବ୍ୟବସ୍ଥା
୩. ଇ-ଭବନ – ଓଡ଼ିଶା ଭବନ ମ୍ୟାନେଜମେଣ୍ଟ ସିଷ୍ଟମ
୪. ଇ-ଅତିଥୀ – ଷ୍ଟେଟ୍ ଗେଷ୍ଟ୍ ହାଉସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍

୫.ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା ୨.୦
୬.ଏଚଆରଏମଏସ ମୋବାଇଲ୍ ଆପ୍

୭.ମକଦ୍ଦମା ପରିଚାଳନା ବ୍ୟବସ୍ଥା ୨.୦

୮.ଅନଲାଇନ୍ ମଡ୍ୟୁଲ୍

Leave a comment