ଜାନୁଆରୀ ୮ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟନ ହେବ ମୟୂରଭଞ୍ଜ କିସ୍ ଶାଖା

ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ଆସନ୍ତା ଜାନୁଆରୀ ୮ରେ ଉଦଘାଟନ ହେବ ମୟୂରଭଞ୍ଜ କିସ୍ ଶାଖା । ଏହି କିସ୍ ଆଦାନୀ ଶାଖାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରିପ୍ରେକ୍ଷୀରେ ଆଜି କିସ୍ ଓ କିଟ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏବଂ ଆଦାନୀ ଫାଉଣ୍ଡେସନର ପ୍ରତିନିଧି ତଥା ଧାମରା ପୋର୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀ ଉଦଘାଟନୀ କାର୍ଯ୍ୟକ୍ରମର ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରସ୍ତୁତି ତଦାରଖ କରିଛନ୍ତି । ମୟୂରଭଂଜ ଏସପି ପାରମାର ସ୍ମିଥ ପୁରୁଷୋତ୍ତମଦାସ ମଧ୍ୟ ଉପସ୍ଥିତି ରହି ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳ ଓ ଉଦଘାଟନ ସ୍ଥଳ ଉଭୟ ପରିଦର୍ଶନ କରି କାର୍ଯ୍ୟକ୍ରମ ପ୍ରସ୍ତୁତି ନେଇ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ କିସ୍ ଓ ଆଦାନୀ ଫାଉଣ୍ଡେସନର ବହୁ ଉଚ୍ଚ ପଦାଧିକାରୀମାନ ଉପସ୍ଥିତ ଥିଲେ ।