ଚିଟଫଣ୍ଡ ସଂସ୍ଥାର ନିର୍ଦେଶକଙ୍କୁ ହାଇଦ୍ରାବାଦରୁ ଗିରଫ କଲା ସିବିଆଇ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିବିଆଇ ଚିଟଫଣ୍ଡ ସଂସ୍ଥା ଉପରେ ପୁଣିଥରେ ଲଗାମ କସିଛି । ଉଇଟେଲର ନାମକ ଏକ ଚିଟଫଣ୍ଡ ସଂସ୍ଥାର ନିର୍ଦେଶକ ଫଣେନ୍ଦ୍ର ଗିଦମକୁ ହାଇଦ୍ରାବାଦ ବିମାନ ବନ୍ଦରରୁ ସିବିଆଇ ଗିରଫ କରି ଭୁବନେଶ୍ୱର ଅଣାଯାଉଛି । ଫଣେନ୍ଦ୍ରଙ୍କ ବିରୋଧରେ ପୂର୍ବରୁ ସିବିଆଇ ଲୁକ ଆଉଟ ସରକୁଲାର ଜାରି କରିଥିଲା।
ସୂଚନା ଅନୁଯାୟୀ, ଉଇଟେଲ ଚିଟଫଣ୍ଡ ସଂସ୍ଥା ୨୦୧୦ ମସିହାରେ ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶାଖା ଖୋଲି ଲୋକଙ୍କୁ ଜମା ଟଙ୍କାରୁ ଅଧିକ ସୁଧ ଦେବାକୁ କହି ପ୍ରଲୋଭିତ କରି ପ୍ରାୟ ୩୦ କୋଟିରୁ ଅଧିକ ଟଙ୍କା ଠକି ନେଇଥିଲା । ଏହାପରେ ସଂସ୍ଥାର ନିର୍ଦେଶକ ଫେରାର ହୋଇ ଯାଇଥିଲେ ।