ଆକାଶରେ ଜନ୍ମ ନେଲା ଛୁଆ; ସାରା ଜୀବନ ମାଗଣାରେ ମିଳିବ ଏହି ସୁଯୋଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିମାନରେ ଜନ୍ମ ନେଇଥିବା ଏକ ଶିଶୁକୁ ମିଳିଛି ଆଜୀବନ ମାଗଣା ବିମାନ ଯାତ୍ରାର ସୁଯୋଗ । ସାରା ଜୀବନ ଏହି ପିଲା ମାଗଣାରେ ବିମାନ ଯାତ୍ରା କରିପାରିବ । ସ୍ବାଭାବିକ ଭାବରେ ପ୍ରଶ୍ନ ଉଠେ ଯେ କେଉଁ କାରଣ ପାଇଁ ପିଲାଟିକୁ ଆଜୀବନ ବିମାନ ଯାତ୍ରାର ସୁଯୋଗ ମିଳିବ ? ବାସ୍ତବ କଥା ହେଲା ଏହି ଶିଶୁ ବୁଧବାର ଉଡ଼ନ୍ତା ବିମାନରେ ହିଁ ଜନ୍ମ ନେଇଛି ଏବଂ ବିମାନ କମ୍ପାନୀର ନିୟମ ଅନୁସାରେ ଶିଶୁଟି ଏହି ସୁବିଧା ପାଇବାକୁ ହକଦାର ହୋଇଛି । ଏହାକୁ ନେଇ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚା ଆରମ୍ଭ ହୋଇଛି ।ଦିଲ୍ଲୀରୁ ବାଙ୍ଗାଲୋର ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ (୬ଇ୧୨୨)ରେ ଜଣେ ମହିଳା ଏକ ସନ୍ତାନ ଜନ୍ମ ଦେଇଥିଲେ। ବିମାନଟି ବୁଧବାର ସନ୍ଧ୍ୟା ୭.୪୦ରେ ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିଥିଲା । ଧାର୍ଯ୍ୟ ଅବଧି ପୂର୍ବରୁ ଜନ୍ମ ହୋଇଥିବା ଶିଶୁ ଓ ତାର ମା’ ସୁସ୍ଥ ଅଛନ୍ତି ବୋଲି ଇଣ୍ଡିଗୋ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ।

ବାୟୁସେନାର ଅବସରପ୍ରାପ୍ତ କ୍ୟାପଟେନ ଖ୍ରୀଷ୍ଟୋଫର ଶିଶୁ ଏବଂ ମହିଳାଙ୍କ କିଛି ଫଟୋ, ଭିଡିଓ ଟ୍ୱିଟ କରିଛନ୍ତି। ଟ୍ୱିଟ୍‌ରେ ସେ କହିଛନ୍ତି ଯେ ବୁଧବାର ସନ୍ଧ୍ୟା ୬.୧୦ ରେ ପିଲାଟି ମଝି ଆକାଶରେ ବିମାନ ମଧ୍ୟରେ ଜନ୍ମ ହୋଇଛି।

Leave a comment