ଧାମନଗର ନିର୍ବାଚନ ମଣ୍ଡଳୀ ପାଇଁ ୨୧ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

୫ଟି ସଚିବଙ୍କ ଗସ୍ତ ସମୟରେ ଦିଆଯାଇଥିବା ଦାବି ପୂରଣ ହେଲା । ଧାମନଗର ନିର୍ବାଚନ ମଣ୍ଡଳୀ ପାଇଁ ୨୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୧୨ ତାରିଖରେ ୫-ଟି ସଚିବ ଧାମନଗର ଗସ୍ତରେ ଆସିଥିବା ବେଳେ ଅନେକ ବାସିନ୍ଦା ନିଜ ନିଜ ଦାବି ଜଣାଇଥିଲେ । ୧୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ସମସ୍ତ କଲେଜ ଓ ଧାମନଗର ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୧୬ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଧାମନଗର ନିର୍ବାଚନ ମଣ୍ଡଳୀ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ମଠ, ମନ୍ଦିର ଧର୍ମାନୁଷ୍ଠାନ ପାଇଁ ୫ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଛି । ଏହି ଘୋଷଣା ପରେ ଧାମନଗର ନିର୍ବାଚନ ମଣ୍ଡଳୀର ଲୋକ ପ୍ରତିନିଧି ମାନେ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।