CMOର ମୁଖ୍ୟ ପରାମର୍ଶଦାତା ହେଲେ ସୁରେଶ ମହାପାତ୍ର

ସୁରେଶ ମହାପାତ୍ର ହେଲେ CMOର ମୁଖ୍ୟ ପରାମର୍ଶଦାତା। ପୂର୍ବତନ ମୁଖ୍ୟ ଶାସନ ସଚିବ ହେଉଛନ୍ତି ସୁରେଶ ମହାପାତ୍ର। ନୂଆ ଦାୟିତ୍ୱ ମିଳିବା ପରେ OERC ଅଧ୍ୟକ୍ଷ ପଦରୁ ଦେଇଛନ୍ତି ଇସ୍ତଫା।
ସେହିପରି ପ୍ରମୁଖ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ଅସିତ ତ୍ରିପାଠୀ । WODC ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବା ଅସିତ ତ୍ରିପାଠୀ । CMOର ମୁଖ୍ୟ ଉପଦେଷ୍ଟା ପଦରୁ ଓହରିଲେ ଆର. ବାଲକ୍ରିଷ୍ଣନ । ବାଲକ୍ରିଷ୍ଣନ ସ୍ୱତନ୍ତ୍ର ଇନିସିଏଟିଭର ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ତେବେ ପୂର୍ବପରି ତାଙ୍କର ମୁଖ୍ୟ ଶାସନ ସଚିବ ପାହ୍ୟା ଜାରି ରହିବ ବୋଲି ସୂଚନା ମିଳିଛି।