ଚିକେନ୍ ଚାଓମିନ ନଦେବାରୁ ଫାଷ୍ଟଫୁଡ୍ ଦୋକାନୀକୁ ମାଡ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନାଇଟ୍ କର୍ଫ୍ୟୁ ସମୟରେ ଚିକେନ୍ ଚାଉମିନ୍ ନଦେବାରୁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ନୂଆ ବସ୍ଷ୍ଟାଣ୍ଡ ନିକଟ ଫାଷ୍ଟଫୁଡ୍ ଦୋକାନୀ ଜିତୁ ପାଣିଗ୍ରାହୀଙ୍କୁ ଆକ୍ରମଣ ହୋଇଛି । ସେ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଗୁରୁବାର ସକାଳୁ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି । ଜିତୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।
ଲକ୍ଡାଉନ୍ ନିୟମ ପ୍ରକାରେ ସନ୍ଧ୍ୟାରେ ଦୋକାନ ବନ୍ଦ କରିଦେଇଥିଲେ ଜିତୁ । ହେଲେ ରାତି ୧୦ଟାରେ କିଛି ଯୁବକ ତାଙ୍କୁ ଚିକେନ୍ ଚାଉମିନ୍ ମାଗିବାରୁ ମନା କରିଥିଲେ । ଯୁବକମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିଦେଇଛନ୍ତି । ଦୋକାନ ଭିତରେ ପଶି ଜିନିଷପତ୍ର ଫୋପାଡିଛନ୍ତି । ପରିବାର ଲୋକଙ୍କ ସହାୟତାରେ ସେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।