ଜିଲ୍ଲାପାଳଙ୍କ ହିଟଲର ଶାସନ, କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତ୍ରିପୁରାର ଜଣେ ଜିଲ୍ଲାପାଳ ବାହାଘରରେ ବର ଓ ବରଯାତ୍ରୀ ମାନଙ୍କୁ ଦୁର୍ବ୍ୟବହାର ଘଟଣା ପରେ ଏବେ ପୁଣି ଜଣେ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି |

ଛତିଶଗଡ଼ରେ ଜିଲ୍ଲାପାଳ ଥିବା ରଣବୀର ଶର୍ମା ଲକଡାଉନ ସମୟରେ ଜଣେ ଯୁବକଙ୍କ ଚାରୁଡ଼ା ମାରିବା ସହିତ ତାଙ୍କ ମୋବାଇଲକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଏପରିକି ତାଙ୍କ ନିର୍ଦ୍ଦେଶରେ ଉପସ୍ଥିତ ପୁଲିସ ମଧ୍ୟ ଯୁବକ ଜଣଙ୍କୁ ମାଡ଼ ମାରିଥିଲେ। ସୂଚନା ଅନୁସାରେ ଯୁବକଜଣ ମେଡିସିନ ପାଇଁ ବାହାରକୁ ଆସିଥିଲେ | ତେବେ ଘଟଣା ଭାଇରାଲ ପରେ ଏହାକୁ ଗୁୁରୁତର ସହ ନେଇଛନ୍ତି ଛତିଶଗଡ଼ ସରକାର | ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ତୁରନ୍ତ କଲେକ୍ଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦ୍ଦେଶ |

Leave a comment