ବିମାନବନ୍ଦର ଭଳି ରେଳଷ୍ଟେସନରେ ବି କଡ଼ା କଡ଼ି ହେବ ସୁରକ୍ଷା ବ୍ୟବସ୍ଥା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିମାନ ଭଳି ରେଲଓ୍ବେରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯିବ । ବିମାନବନ୍ଦର ଭଳି ରେଳଷ୍ଟେସନ ମଧ୍ୟ ସବୁ ଆଡୁ ବନ୍ଦ କରାଯିବ । ବିମାନରେ ଯାତ୍ରା କରିବାର ୨ଘଣ୍ଟା ପୂର୍ବରୁ ବିମାନ ବନ୍ଦରେ ପହଞ୍ଚିବାକୁ ପଡ଼ୁଥିବା ବେଳେ ରେଳଷ୍ଟେସନରେ ଟ୍ରେନ ଟାଇମିଂର ୨୦ ମିନିଟ୍‌ ଆଗରୁ ପହଞ୍ଚିବାକୁ ପଡ଼ିବ । ଅତ୍ୟାଧୁନିକ ଟେକ୍ନୋଲୋଜି ଯୋଗୁଁ ଯାତ୍ରୀଙ୍କୁ ତନଖି କରାଯିବା ପରେ ସେମାନେ ଭିତରକୁ ଯିବେ । ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ଏପରି ଅତ୍ୟାଧୁନିକ ଟେକ୍ନୋଲଜି ସହିତ ସୁରକ୍ଷା ଯୋଜନାକୁ ପ୍ରୟାଗରାଜ(ଆହ୍ଲାବାଦ) ରେଳ ଷ୍ଟେସନରେ ପରୀକ୍ଷାମୂଳକଭାବରେ କାମରେ ଲଗାଯାଇଛି । ଏହା ବ୍ୟତୀତ କର୍ଣ୍ଣାଟକାର ହୁବ୍ଲିଠାରେ ମଧ୍ୟ ଏପରି ବ୍ୟବସ୍ଥା କରାଯାଇଛି ଏବଂ ପରେ ଆଉ ୨୦୨ଟି ଷ୍ଟେସନରେ ଏଭଳି ବ୍ୟବସ୍ଥା କରାଯିବାର ଯୋଜନା ରହିଛି ବୋଲି ଆରପିଏଫ ନିର୍ଦ୍ଦେଶକ ଅରୁଣ କୁମାର କହିଛନ୍ତି । ୨୦୧୬ରେ ଅନୁମୋଦିତ ଆଇଏସଏସ ଅଧୀନରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିରେ ସିସିଟିଭି କ୍ୟାମେରା, ବ୍ୟାଗେଜ ଯାଞ୍ଚ ବ୍ୟବସ୍ଥା, ବୋମା ଠାବକାରୀ ଏବଂ ନିଷ୍କ୍ରିୟକାରୀ ବ୍ୟବସ୍ଥା ରହିବ । ଏଥିପାଇଁ ମୋଟ ୩୮୫ କୋଟିର ବ୍ୟୟ ଅଟକଳ କରାଯାଇଛି । ଏଠାରେ ରାଣ୍ଡମ ଯାଞ୍ଚ କରାଯିବାର ବ୍ୟବସ୍ଥା କରାଯିବ। ସମସ୍ତ ଯାତ୍ରୀଙ୍କୁ ତନଖି କରାଯିବା ବଦଳରେ ସୁରକ୍ଷାକର୍ମୀଙ୍କ ଇଚ୍ଛା ମୁତାବକ ବା ସନ୍ଦେହ ହେବା ଯାତ୍ରୀଙ୍କୁ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି ।

Leave a comment