ସୁଶାନ୍ତଙ୍କ ଦାୟିତ୍ୱ ବଢ଼ିଲା, ପ୍ରଫୁଲ୍ଲଙ୍କ ଦାୟିତ୍ୱ କମିଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁଶାନ୍ତ ସିଂ ଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁଶାନ୍ତ ସିଂଙ୍କ ରିପୋର୍ଟ କାର୍ଡ ତାଙ୍କ ଦାୟିତ୍ୱ ବଢାଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା । ସୁଶାନ୍ତଙ୍କୁ ଦୁଇଟି ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିବା ବେଳେ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗୋଟିଏ ଜିଲ୍ଲା ଦାୟିତ୍ୱରୁ ମୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନା ବୋର୍ଡ ଅଧ୍ୟକ୍ଷ ପଦର ଅଦଳ ବଦଳ କରିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପୂର୍ବରୁ ଦେବଗଡ଼ ଏବଂ କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ଦାୟିତ୍ୱରେ ଥିଲେ । ମାତ୍ର ବର୍ତ୍ତମାନ ତାଙ୍କୁ କେବଳ କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ଦେବଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।

ସେହିପରି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ବଦଳରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କରାଯାଇଛି । ସୁଶାନ୍ତ ସିଂଙ୍କୁ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ।

ବିଜେଡି ନିଜ ପଞ୍ଚମ ପାଳି ସରକାରରେ ୧୭ ଜଣ ମନ୍ତ୍ରୀଙ୍କୁ ୧୮ ଟି ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ କରିଥିଲା । ଏବଂ ଅବଶିଷ୍ଟ ୧୨ଟି ଜିଲ୍ଲାରେ ବିଧାୟକମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ମାତ୍ର ଅଗଷ୍ଟ ୯ରେ ଦିଆଯାଇଥିବା ଏହି ଦାୟିତ୍ୱକୁ କିଛିମାସ ମଧ୍ୟରେ ପରିବର୍ତ୍ତନ କରାଯିବା ମନ୍ତ୍ରୀ ଓ ବିଧାୟକଙ୍କ ରିପୋର୍ଟ କାର୍ଡ ଉପରେ ଆଧାରିତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Leave a comment