ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ । ଉମାଶଙ୍କର ଦାସ ଭୁବନେଶ୍ୱର ର ନୂତନ ଡିସିପି ଭାବେ ଅବସ୍ଥାପିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଇପିଏସସ୍ତରରେ ଅଦଳବଦଳ । ପୁରୀ ଏସପି ଉମାଶଙ୍କର ଦାସଙ୍କୁ ଭୁବନେଶ୍ୱର ଡିସିପି ଭାବେ ଅବସ୍ଥାପିତ କରାଯାଇଛି । ଡିପିସି ଇନଚାର୍ଜ ଅନୁପ କୁମାର ସାହୁଙ୍କୁ ଗୁଇନ୍ଦା ଡିଆଇଜି ଭାବେ ବଦଳି କରାଯାଇଛି । ଏନେଇ ଗୃହବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୮୮ ଚ୍ୟାଚ ଆଇପିଏସ୍ ଏମ୍ ଅକ୍ଷୟ ହେଲେ ପୁଲିସ୍ ଗୃହର୍ନିମାଣ ନିଗମ ଅଧ୍ୟକ୍ଷ
୧୯୮୮ ବ୍ୟାଚ୍ ଆଇପିଏସ୍ ସତ୍ୟଜିତ୍ ମହାନ୍ତି ହେଳେ ଅଗ୍ନିଶମ ଓ ହୋମଗାର୍ଡ ଜିଡି
୧୯୯୨ ବ୍ୟାଚ୍ ଆଇପିଏସ୍ ଲଳିତ ଦାସ ହେଲେ ଅତିରିକ୍ତ ଡିଜି, ଯୋଗାଯୋଗ
୧୯୯୫ ବ୍ୟାଚ୍ ଆଇପିଏସ୍ ଆର.କେ.ଶର୍ମା ହେଲେ ଗୁଇନ୍ଦା ନିର୍ଦ୍ଦେଶକ
୧୯୯୫ ବ୍ୟାଚ୍ ଆଇପିଏସ୍ ଏସ୍.କେ.ପ୍ରିୟଦର୍ଶୀ ହେଲେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି
୨୦୦୨ ବ୍ୟାଚ୍ ଆଇପିଏସ୍ ପ୍ରଭିନ କୁମାର ହେଲେ ଆଇଜି ଆଇନ୍ଶୃଙ୍ଖଳା
୨୦୦୬ ବ୍ୟାଚ୍ ଆଇପିଏସ୍ ଅନୁପ କୁମାର ସାହୁ ହେଲେ ଡିଆଇଜି, ଇଣ୍ଟରଲିଜେନ୍ସ
୨୦୦୭ ବ୍ୟାଚ୍ ଆଇପିଏସ୍ ସାର୍ଥକ ଷଡଙ୍ଗୀ ହେଲେ ଏସ୍ପି, କ୍ରାଇମବ୍ରାଞ୍ଚ
୨୦୦୮ ବ୍ୟାଚ୍ ଆଇପିଏସ ଡକ୍ଟର ଉମାଶଙ୍କର ଦାସ ହେଲେ ଭୁବନେଶ୍ୱର ଡିସିପି
୨୦୦୯ ବ୍ୟାଚ୍ ଆଇପିଏସ୍ ଅଖିଳେଶ୍ୱର ସିଂହ ହେଲେ ପୁରୀ ଏସ୍ପି
୨୦୧୦ ବ୍ୟାଚ୍ ଆଇପିଏସ୍ ସାରା ଶର୍ମାଙ୍କୁ ଭିଜିଲାନ୍ସ ସଂଗଠନକୁ ବଦଳି
୨୦୧୪ ବ୍ୟାଚ୍ ଆଇପିଏସ୍ ପ୍ରତୀକ ସିଂହ ହେଲେ କଟକ ଡିସିପି
୨୦୧୬ ବ୍ୟାଚ୍ ଆଇପିଏସ୍ ଭିନିଥ ଅଗ୍ରୱାଲ ହେଲେ ଏସ୍ପି, କନ୍ଧମାଳ
୨୦୧୬ ବ୍ୟାଚ୍ ଆଇପିଏସ୍ ସାଗରିକା ନାଥ ହେଲେ ଏସ୍ପି, ସୁନ୍ଦରଗଡ
୨୦୧୪ ବ୍ୟାଚ୍ ଆଇପିଏସ୍ ସୌମ୍ୟାା ମିଶ୍ର ହେଲେ ଡିସିପି, ଟ୍ରାଫିକ
୨୦୧୫ ବ୍ୟାଚ୍ ଆଇପିଏସ୍ ରାହୁଳ ଜୈନ ହେଲେ ଏସ୍.ପି ନୂଆପଡା
ଓପିଏସ୍ ଅଫିସର ଏସ୍.ସି.ଜମାଦାର ହେଲେ ଦେବଗଡ ଏସ୍ପି
ଓପିଏସ୍ ଅଫିସର ତପନ କୁମାର ପଟ୍ଟନାୟକ ହେଲେ ଏସ୍ପି ଗଜପତି