ଆଇପିଏସ ସ୍ତରରେ ଅଦଳବଦଳ,କାହାକୁ ମିଳିଲା କେଉଁ ଦାୟିତ୍ୱ

0

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ । ୧୯୮୮ ବ୍ୟାଚର ଅରୁଣ କୁମାର ରାୟଙ୍କର ଗୃହମନ୍ତ୍ରାଳୟର ଓଏସଡିରୁ ବଦଳି ହେଇଛି । ତାଙ୍କୁ ଏବେ ସରକାରୀ ପ୍ରେସ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି ।ଏଚଆରପିସିର ଡିଜିପି ଥିବା ଅମୃତ ମୋହନ ପ୍ରସାଦଙ୍କୁ ଜେଲ୍ ବିଭାଗ ଡିଜି ଦାୟିତ୍ଵ ଦିଆଯାଇଛି।

ଅନ୍ୟପକ୍ଷେ ୧୯୯୨ ବ୍ୟାଚର ଆଇପିଏସ ଲଳିତ ଦାସ ଯିଏ କି ସରକାର ପ୍ରେସ ନିର୍ଦ୍ଦେଶକ ଅଛନ୍ତି ତାଙ୍କୁ ଏଚଆରପିସିର ଆଡିସନାଲ ଡିଜିପି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି କମିଶନରେଟ ପୋଲିସର ଭୁବନେଶ୍ୱର-କଟକର ସିପି ଥିବା ୨୦୦୮ ବ୍ୟାଚର ଉମାଶଙ୍କର ଦାଶଙ୍କୁ ସ୍ପେଶାଲ ଇନଭେଷ୍ଟିଗେସନ ୱିଙ୍ଗସର ଡିଆଇଜି ଭାବେ ବଦଳି କରାଯାଇଛି ।

ଅନ୍ୟପକ୍ଷେ ୨୦୦୯ ବ୍ୟାଚର ଆଇପିଏସ ବ୍ରିଜେଶ କୁମାର ରାୟଙ୍କୁ କମିଶନରେଟ ପୋଲିସର ଆଡିସିନାଲ ସିପିଭାବେ ବଦଳି କରାଯାଇଛି । ପୂର୍ବରୁ ସେ ମୁଖ୍ୟାଳୟ ଡିଆଇଜି ଦାୟିତ୍ୱରେ ଥିଲେ ।

Leave a comment