ବିଜେପି ରୁ ଇସ୍ତଫା ଦେଲେ ଚନ୍ଦନ ମିତ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚନ୍ଦନ ମିତ୍ର ସାମ୍ବାଦିକତା ଓ ରାଜନୀତି କ୍ଷେତ୍ର ର ଏକ ଜଣା ଶୁଣା ନାଁ। ଯେ କି ନିଜର ସାମ୍ବାଦିକତା ଇଂରାଜୀ ଦୈନିକ ଖବରକାଗଜ ‘ଦ ଷ୍ଟେଟମେନ’ ରୁ ଆରମ୍ଭ କରିଥିଲେ ଓ ପରେ ‘ଦ ପାଏନର’ ର ସମ୍ପାଦକ ହୋଇଥିଲେ। ସେ ୨୦୦୩ ରୁ ୨୦୦୯ ପର୍ଯ୍ୟନ୍ତ ପ୍ରଥମ ଥର ରାଜ୍ୟସଭା ସାଂସଦ ହୋଇଥିଲେ। ପରେ ୨୦୧୦ରେ ପୁଣି ଥରେ ରାଜ୍ୟସଭାକୁ ଯାଇଥିଲେ। ଚନ୍ଦନ ମିତ୍ର ବିଜେପିର ଓଡ଼ିଶା ପ୍ରଭାରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଗତକାଲି ନିଜ ଇସ୍ତଫା ପତ୍ର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିକଟକୁ ପଠାଇ ଦେଇଥିବାର ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଚନ୍ଦନ ମିତ୍ର ଆସନ୍ତା ଶନିବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳୁଛି । ଏକଦା ବିଜେପିର ବରିଷ୍ଠ ନେତା ଲାଲ୍‌କୃଷ୍ଣ ଆଡ୍‌ଭାନୀଙ୍କ ଅତି ନିକଟତର ଥିବା ଚନ୍ଦନ ମିତ୍ର ଙ୍କୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ରେ ଅଣଦେଖା କରାଯାଉଥିବାରୁ ସେ ଦଳ ଛାଡ଼ିଥିବା ଚର୍ଚ୍ଚା ହେଉଛି।

Leave a comment