ମାନସିକ ଚିନ୍ତାରୁ ମୁକ୍ତି ପାଇଁ ଲଗାନ୍ତୁ ଚନ୍ଦନ ପେଷ୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚନ୍ଦନ ଲେପନ କଥା ତ ପ୍ରାୟ ସମସ୍ତେ ଶୁଣିଥିବେ ।ହଁ ଆଜ୍ଞା, ଏହା ଏମିତି ଏକ ଔଷଧିୟ ଜିନିଷ ଯାହାର ବ୍ୟବହାରରେ ଶରୀରରେ ଥକାପଣ ଦୂର ହୁଏ । ଏହାକୁ ଆୟୁର୍ବେଦରେ ବିଶେଷ ଔଷଧି ରୂପେ ପ୍ରୟୋଗ କରାଯାଏ । ଏହା ଆମ ମାନସିକ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ । ମୁଣ୍ଡ ବିନ୍ଧା ସମସ୍ୟାରୁ ଏହା ଆମକୁ ମୁକ୍ତି ଦିଏ । ପ୍ରାକୃତିକ ଉପାୟରେ ରିଲାକ୍ସ ପାଇବା ପାଇଁ ଚନ୍ଦନ ସବୁଠୁ ବେଷ୍ଟ ହୋଇଥାଏ ।
– ଏହା ମୁଣ୍ଡ ବିନ୍ଧାରୁ ମୁକ୍ତି ଦିଏ ।
– ଶରୀରରେ ଥକା ପଣକୁ ଦୂର କରିଥାଏ ଚନ୍ଦନ ।
– ଏହାର ଲେପନ ଶରୀରକୁ ଥଣ୍ଡା ରଖିଥାଏ ।
– ମାନସିକ ଅବସାଦରୁ ମୁକ୍ତି ଦେଇଥାଏ ଚନ୍ଦନ ।
ତେବେ ଆପଣ ଏହାର ବ୍ୟବହାର ପାଇଁ ଚନ୍ଦନ ପାଉଡରରେ ପ୍ରଥମେ ପାଣି ମିଶାନ୍ତୁ । ଏଥିରେ କର୍ପୂର ଓ ଗୋଲାପ ଜଳ ମିଶାଇ ଏହାକୁ ମୁଣ୍ଡରେ ଲେପନ କରନ୍ତୁ ।