ବାରିପଦା ଟାଉନ ଥାନାରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବାରିପଦା ଟାଉନ ଥାନାରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦୁଇ ଅଧିକାରୀଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଡାକି କେନ୍ଦ୍ରମନ୍ତ୍ରୀ ମାଡ଼ମାରି ଜଣଙ୍କ ହାତ ଭାଙ୍ଗି ଦେଇଥିବା ବେଳେ ଅନ୍ୟଜଣଙ୍କ ଗଭୀର ଆଘାତ ଲାଗିଥିବା ନେଇ ଥାନାରେ ମାମଲା ରଜ୍ଜୁ ହୋଇଥିଲା । ତେବେ ବାରିପଦା ଟାଉନ ଥାନା ଅଧିକାରୀ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଦୁଇ ସରକାରୀ ଅଧିକାରୀଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଡାକି କେନ୍ଦ୍ରମନ୍ତ୍ରୀ ମାଡ଼ମାରିବା ଘଟଣା ନେଇ ମାମଲା ରଜ୍ଜୁ ହୋଇଥିଲା । ଏହା ପ୍ରତିବାଦରେ ଜିଲ୍ଲା ସରକାରୀ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇବା ସହ କେନ୍ଦ୍ରମନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଦାବି କରିଥିଲା । ଏହି ଘଟଣା ପରେ ଦିଲ୍ଲୀରୁ କେନ୍ଦ୍ରମନ୍ତ୍ରୀଙ୍କୁ ଡାକରା ଆସିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।