କେଜ୍ରିୱାଲଙ୍କ ‘ଘର ଘର ରାସନ’ ଯୋଜନାରେ ରୋକ ଲଗାଇଲେ କେନ୍ଦ୍ର ସରକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେନ୍ଦ୍ର ସରକାର ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ‘ଘର ଘର ରାସନ’ ଯୋଜନାରେ ରୋକ ଲଗାଇଛନ୍ତି। ଦିଲ୍ଲୀ ସରକାରଙ୍କ ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ଠାରୁ ଏହି ଯୋଜନା ପାଇଁ ମଞ୍ଜୁରି ଅଣାଯାଇନଥିବାରୁ ଏଥିରେ ରୋକ ଲଗାଇ ଦିଆଯାଇଛି। କେଜ୍ରିୱାଲ ସରକାର ୭୨ ଲକ୍ଷ ଲୋକଙ୍କ ଘରେ ରାସନ ପହଞ୍ଚାଇବା ପାଇଁ ଏହି ଯୋଜନା କରିଥିଲେ।
ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନୀୟମ, ୨୦୧୩ ଅନୁସାରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ଯୋଜନାରେ ହିତାଧୀକାରୀଙ୍କୁ ଘର କବାଟ ନିକଟରେ ଅଟା ଓ ଚାଉଳ ପହଞ୍ଚାଯଉଥିଲା।