ପର୍ଯ୍ୟଟନ ବିଭାଗ ର ସହକାରୀ ନିର୍ଦ୍ଦେଶକଙ୍କୁ ସିବିଆଇ ର ଜେରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ସିସୋର ଚିଟଫଣ୍ଡ ଲିଙ୍କ କୁ ନେଇ ଖୋଳତାଡ଼ ଆରମ୍ଭ କରିଛି ସିବିଆଇ । ଆଜି ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ପର୍ଯ୍ୟଟନ ବିଭାଗ ର ସହକାରୀ ନିର୍ଦ୍ଦେଶକ ବିଜୟ କୁମାର ଭଞ୍ଜ ଙ୍କ ଉପସ୍ଥିତି କୁ ଦେଖି ଏହା ସ୍ପଷ୍ଟ ଭାବେ ବାରିହୋଇ ପଡ଼ୁଥିଲା ।

ସୂଚନା ଅନୁଯାୟୀ, ସିସୋର ଦ୍ୱାରା କଟକ ର ଯୋବ୍ରା ନିକଟରେ ହୋଇଥିବା ନୌକା ବିହାର ପ୍ରକଳ୍ପ ସମ୍ପର୍କରେ ଅଧିକ ତଥ୍ୟ ଯୋଗାଡ଼ କରିବାକୁ ପର୍ଯ୍ୟଟନ ବିଭାଗ ର ସହକାରୀ ନିର୍ଦ୍ଦେଶକ ବିଜୟ କୁମାର ଭଞ୍ଜ ଙ୍କୁ ସିବିଆଇ କାର୍ଯ୍ୟାଳୟ ରୁ ଡାକରା ଦିଆଯାଇଥିଲା । ନୌକା ବିହାର ପ୍ରକଳ୍ପ ପାଇଁ କାହା ନିର୍ଦ୍ଦେଶ ରେ ଏହି ସ୍ଥାନ ସିସୋର କୁ ଅନୁମୋଦନ କରାଯାଇଥିଲା ? ଏହା ସହ କୌଣସି ଉଚ୍ଚପଦସ୍ଥ ଅଧିକାରୀ ଙ୍କ ସଂପୃକ୍ତି ଅଛି ନା ନାହିଁ । ଏ ସବୁ ପ୍ରଶ୍ନ କୁ ଦୃଷ୍ଟି ରେ ରଖି ତଦନ୍ତ ଆରମ୍ଭ କରିଛି ସିବିଆଇ । ଆଜିର ଜେରା ପରେ ସିବିଆଇ ନୌକା ବିହାର ପ୍ରକଳ୍ପ ସମ୍ୱନ୍ଧରେ କିଛି ତଥ୍ୟ ସଂଗ୍ରହ କରିବାରେ ସଫଳ ହୋଇଥିବା ଅନୁମାନ କରାଯାଉଛି ।
ଗତ ଜୁଲାଇ ୨ ତାରିଖ ରେ ତତ୍କାଳୀନ ପର୍ଯ୍ୟଟନ ବିଭାଗ ସଚିବ ପରାଗ ଗୁପ୍ତା ଓ ଓଟିଡିସି ର ପରିଚାଳନା ନିର୍ଦ୍ଦେଶକ ସଂଗ୍ରାମ କେଶରୀ ରାୟ ଙ୍କୁ ସିବିଆଇ ନିକଟରେ ହାଜର ହେବାକୁ ନୋଟିସ ଜାରି କରାଯାଇଥିଲା ।

Leave a comment