ସାନଖେମୁଣ୍ଡି ପୂର୍ବତନ ବିଧାୟିକାଙ୍କ କାର ଧକ୍କାରେ ମହିଳା ମୃତ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା କହ୍ନେଇପୁର ଛକରେ ଆଜି ସକାଳ ୯ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ କାର ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଛଇଳ ଘଡ଼େଇ ନାମକ ଜଣେ ମହିଳା ମୃତ୍ୟୁବରଣ କରିଥିବା ବେଳେ ୩ଜଣ ଆହତ ହୋଇଛନ୍ତି ।

ଛଇଳ ନିଜ ଦୁଇ ପିଲା ଓ ନଣନ୍ଦେଇଙ୍କ ସହ ବାପ ଘର ନାଚୁଣୀ ଫାଣ୍ଡି କୁମାଣ୍ଡଳ ଗାଁରୁ ନୟାଗଡ଼ ଜିଲ୍ଲା ଓଡ଼ଗାଁର ଶଙ୍ଖେଇ ଯାଉଥିଲେ । ଏହି ସମୟରେ କହ୍ନେଇପୁର ଛକଠାରେ ବିଧାୟିକାଙ୍କ କାର ଛଇଳଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା ।ସ୍ଥାନୀୟ ବାସିନ୍ଦା ଆହତଙ୍କୁ ଉଦ୍ଧାର କରି ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଛଇଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅଧିନସ୍ଥ କହ୍ନେଇପୁର ଛକରେ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ କାର ଆଜି ସକାଳ ୯ଟା ବେଳେ ଏକ ସ୍କୁଟିକୁ ପଛରୁ ଧକ୍କା ଦେବା ଫଳରେ ଛଇଳ ନାମକ ଏକ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ସମୟରେ ନଳିନୀ ଦେବୀ ଗାଡିରେ ଥିବା ପୋଲିସ ସୂଚନା ଦେଇଛି । ପୋଲିସ ଡ୍ରାଇଭରକୁ ଅଟକ ରଖି ପଚାର ଉଚୁରା କରିବା ସହ ନନ୍ଦିନୀ ଦେବୀଙ୍କ ଅନ୍ୟ ଏକ ଗାଡ଼ିରେ ପଠାଇ ଦେଇଛି ।

Leave a comment