ବଢ଼ିଲା ବସ୍ ଭଡ଼ା
ଭୁବନେଶ୍ୱର : ତୈଳ ଦର ବଢ଼ୁଥିବାରୁ ରାଜ୍ୟରେ ବସ୍ ଭଡ଼ା ବଢ଼ିଲା । ଅଡିନାରୀ ଭଡ଼ା କିମି ପିଛା ୮୭ରୁ ୯୦ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ଭଡ଼ା କିମି ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି । ଡିଲକ୍ସ ଭଡ଼ା ୧ଟଙ୍କା ୨୫ରୁ ୧ଟଙ୍କା ୩୧ପଇସାକୁ ବଢ଼ିଛି । ଏସି ଡିଲକ୍ସ ଭଡ଼ା ୧ଟଙ୍କା ୫୩ରୁ ୧ଟଙ୍କା ୫୯ ପଇସାକୁ ବୃଦ୍ଧି ପାଇଛି । ସୁପର ପ୍ରିମିୟମ ଭଡ଼ା ୨ଟଙ୍କା ୩୮ରୁ ୨ଟଙ୍କା ୪୭ ପଇସାକୁ ବୃଦ୍ଧି ପାଇଛି । ଭଡ଼ା ବୃଦ୍ଧି ନେଇ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି ।
ଗତ ବର୍ଷ ନଭେମ୍ବର ମାସରେ ଟିକସ ଛାଡ ପରେ ଉଭୟ ଡିଜେଲ ଓ ପେଟ୍ରୋଲ ଦର ହ୍ରାସ ପାଇବା ସହ ବସ ଭଡା ହ୍ରାସ ହୋଇଥିଲା । ତେବେ ବର୍ତ୍ତମାନକୁ ସ୍ଥିତିକୁ ଦେଖି ପୁଣି ଥରେ ବସ ଭଡା ହ୍ରାସ କରାଯାଇଥିବା ବସ ମାଲିକ ସଂଘର ସଂମ୍ପାଦକ କହିଛନ୍ତି ।