ତୀର୍ଥ ସାରି ଗୟାରୁ ଓଡିଶା ଫେରୁଥିବା ସମୟରେ ହଜାରିବାଗଠାରେ ବସ୍ ଦୁର୍ଘଟଣା; ୪ ମୃତ, ୩୬ ଆହତ, ଶୋକ ପ୍ରକାଶ କରିବା ସହ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଉତ୍ତର ଭାରତ ତୀର୍ଥ ସାରି ଗୟାରୁ ଓଡିଶା ଫେରୁଥିବା ସମୟରେ ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ବସ୍ ଦୁର୍ଘଟଣା ଗ୍ରସ୍ତ। ବସ୍ କୁ ଏକ ଟ୍ରେଲର ଧକ୍କା ଦେବା ଫଳରେ ୪ଜଣଙ୍କ ମୃତ୍ଯୁ ହୋଇଥିବାବେଳେ, ୩୫ଜଣ ଆହତ ହୋଇଛନ୍ତି। ତୀର୍ଥଯାତ୍ରୀ ମାନଙ୍କ ମଧ୍ଯରେ ତାଳଚେର କଣିହାଁ ବ୍ଲକ କଂସମୁଣ୍ତା ଗ୍ରାମର ୬୯ ବର୍ଷିୟ ମନୁ ବେହେରା (୬୯) ଓ ମେନକା ପ୍ରଧାନ (୭୩)ଙ୍କ ମୃତ୍ଯୁ ହୋଇଥିବା ସୂଚନା ମିଳିଛି ।
ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ଦୁଇ ଲକ୍ଷ ଟଙ୍କା ଘୋଷଣା କରିବା ସହିତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସବୁ ଯାତ୍ରୀ ଯେପରି ଶୀଘ୍ର ନିଜ ନିଜ ଘରକୁ ଫେରିବେ ସେଥିପାଇଁ ଝାରଖଣ୍ଡ ସରକାର ସହ ସମନ୍ୱୟ ରଖି ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ, ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତୀର୍ଥ ଯାତ୍ରୀ ମାନଙ୍କ ମଧ୍ୟରେ ଅନୁଗୁଳ, ଢେଙ୍କାନାଳ ଓ ମୟୁରଭଞ୍ଜର ଲୋକମାନେ ଅଛନ୍ତି ।