ମର୍ମାନ୍ତୁତ ସଡକ ଦୁର୍ଘଟଣା, ୨୧ ମୃତ,୩୦ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୁଜରାଟର ଅମ୍ବାଜୀ ଠାରେ ଗତକାଲି ଏକ ମର୍ମାନ୍ତୁତ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୨୧ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ସୂଚନା ଅନୁଯାୟୀ, ଯାତ୍ରୀବାହୀ ବସଟି ୭୦ରୁ ଅଧିକ ଲୋକଙ୍କୁ ନେଇ ଅମ୍ବାଜୀରୁ କେନ୍ଦ୍ରୀୟ ଗୁଜରାଟର ଅଙ୍କଲାଭ ଅଭିମୁଖେ ଯାତ୍ରାକରୁଥିଲା । ପ୍ରବଳ ବର୍ଷା ଯୋଗୁ ତ୍ରିଶୁଳିଆ ଘାଟି ନିକଟରେ ବସ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲା । ବସଟି ରାସ୍ତାରେ ପ୍ରଥମେ ଓଲଟି ପଡ଼ିଥିଲା ।ବସଟିର ବେଗ ଅଧିକ ଥିବାରୁ ଏହା ରାସ୍ତା ନିକଟ ଏକ ଘାଇକୁ ଖସି ପଡ଼ିଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୨୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ୨୧ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଆହତଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ଶାହ ତୁରନ୍ତ ଆହତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ସହ କଥା ହୋଇଥିବା ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

Leave a comment