ଦୁଇ ବସ ମୁହାଁମୁହିଁ ଧକ୍କା, ୧୦ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ମହାନଦୀ କୁ ବସ ଖସି ୧୩ ଜଣଙ୍କ ମୃତ୍ୟୁ ଘଟିବା ଘଟଣାକୁ ଦୁଇଦିନ ନପୁରୁଣୁ ଆଜି ପୁଣି ଦୁଇଟି ବସ ମୁହାଁମୁହିଁ ଧକ୍କା ହେବା ବସ ଯାତ୍ରା ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନବରଙ୍ଗପୁର ଦୁଇଟି ବସ ମୁହାଁମୁହିଁ ଧକ୍କା ହେବାରୁ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଉମରକୋଟଠାରୁ ବ୍ରହ୍ମପୁର ଆସୁଥିବା ଓଡ଼ିଶା ରାଜ୍ୟ ପରିବହନ ବିଭାଗର (ଓଏସ୍‌ଆର୍‌ଟିସି) ବସ୍‌ଟି ଡାବୁଗାଁ ଧାମନାଗୁଡ଼ା ଠାରେ ଜୟପୁରରୁ ରାଇଘର ଗୁରୁଶିଙ୍ଗାକୁ ଯାଉଥିବା ଏକ ବେସରକାରୀ ବସ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ୧୦ ଜଣରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Leave a comment