ବୁର୍ଲା ଭୀମସାର ହଷ୍ଟେଲର ଛାତରୁ ଗଳି ପଡିଲେ ଛାତ୍ରୀ !
ବୁର୍ଲା ଭୀମସାର ହଷ୍ଟେଲ ଛାତରୁ ଖସି ପଡ଼ିଲେ ଡାକ୍ତରୀ ଛାତ୍ରୀ। ମୋବାଇଲରେ କଥା ହେଲା ବେଳେ ଗଳି ପଡ଼ିଲେ ନା କୌଣସି କାରଣକୁ ନେଇ କରିଛନ୍ତ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଏନେଇ ତଦନ୍ତ ଆରମ୍ଭ କରିଛି ବୁର୍ଲା ପୋଲିସ ।
ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଛାତ୍ରୀ ଜଣକ ଏମବିବିଏସ ପ୍ରଥମ ବର୍ଷରେ ପଢୁଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ଛାତରୁ ଖସି ଗୁରୁତର ହୋଇଥିଲେ । ବୁର୍ଲା ମେଡିକାଲ ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଛି । ତାଙ୍କ ଉଭୟ ଗୋଡ଼ ଓ ଗୋଟିଏ ହାତ ଭାଙ୍ଗିବା ସହିତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି ।