ଆସନ୍ତା ୧୮ରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୮ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ଅଧିବେଶନ ପୂର୍ବରୁ ଆସନ୍ତା ୧୭ରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ସର୍ବଦଳୀୟ ବୈଠକ ଡକାଇଛନ୍ତି। ବିଧାନସଭା ଭିତରକୁ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କୁ କୋଭିଡ ଟେଷ୍ଟ କରାଇବାକୁ ପଡ଼ିବ। ୧୫ରୁ ୧୭ ତାରିଖ ମଧ୍ୟରେ ସମସ୍ତଙ୍କର କୋଭିଡ ଟେଷ୍ଟ ହେବ ବୋଲି ସୂଚନା ମିଳିଛି।

Leave a comment