ରାଜଧାନୀରୁ ୧କୋଟି ୨୨ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜଧାନୀରୁ କୋଟିଏ ୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ପାହାଳ ନିକଟରୁ ବ୍ରାଉନସୁଗାର ଜବତ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ । ଓ୍ୱାଣ୍ଟେଡ ଅପରାଧୀ ଶିବୁ ଓରଫ ଶିବ ପ୍ରସାଦ ଦାସ ଠାରୁ ୧୨୨୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଶିବୁ ଅନେକ ଅପରାଧରେ ଜଡ଼ିତ ଥିବା ପୁଲିସ ସୂଚନା ଦେଇଛି । ପୂର୍ବରୁ ଶିବୁ ବ୍ରାଉନସୁଗାର ଓ ବନ୍ଧୁକ କାରବାର ମାମଲାରେ ଫେରାର ଥିଲା  । ସେହିପରି ଶିବୁ ନାଁରେ ୬ଟି ଅପରାଧିକ ମାମଲା ମଧ୍ୟ ରହିଛି । 2ବର୍ଷରେ ୫୦ କେଜିରୁ ଅଧିକ ବ୍ରାଉନସୁଗାର ଜବତ କଲାଣି ଏସଟିଏଫ୍ ।

Leave a comment