୧୬ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ: ଜଣେ ଗିରଫ

0

(ଓଡ଼ିଶାଫାଷ୍ଟ ବ୍ୟୁରୋ): କଟକ ଜିଲ୍ଲା ବାଙ୍କୀରୁ ଜବତ ହୋଇଛି ୧୬୪ ଗ୍ରାମ ବ୍ରାଉନ ସୁଗାର । ତେବେ ଏହି ଘଟଣାରେ ବାଙ୍କୀ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଜଣେ ଯୁବକଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଏହି ଧଳା ଜହର କାରବାର ଘଟଣାରେ ବାଙ୍କୀ ପଡ଼ାସାହିର ସୁରେଶ ମହାପାତ୍ର ନାମକ ଜଣେ ଯୁବକକୁ ଗିରଫ କରାଯାଇଛି । ତେବେ ସୁରେଶ ଦୀର୍ଘଦିନ ହେଲା ବାଙ୍କୀ ଅଞ୍ଚଳରେ ଧଳା ଜହର ବେପାର କରୁଥିଲା ବୋଲି ଜଣାପଡ଼ିଛି । ସୁରେଶଙ୍କଠୁ ପୋଲିସ ଜବତ କରିଥିବା ୧୬୪ ଗ୍ରାମ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପାଖାପାଖି ୧୬ ଲକ୍ଷ ଟଙ୍କା ହେବ ବୋଲି କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ସ୍ପଷ୍ଟ କରିଛି ।

Leave a comment