ବିବାହ କଲେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ୱେଷ୍ଟମିନିଷ୍ଟର କ୍ୟାଥେଡ୍ରାଲର ଏକ ଗୁପ୍ତ ସମାରୋହରେ ବିବାହ କରିଥିବା ଜଣାପଡ଼ିଛି। କରୋନା କଟକଣା ଯୋଗୁଁ ବୋରିସ୍ ମାତ୍ର ୩୦ ଜଣ ଅତିଥିଙ୍କ ମଧ୍ୟରେ ବିବାହ କରିଛନ୍ତି।ପୂ ର୍ବରୁ ବ୍ରିଟିସ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କ୍ୟାରି ସିମଣ୍ଡସଙ୍କୁ ପ୍ରେମ କରିଆସୁଥିଲେ । ଗତକାଲି ବିଧିବଧ ଭାବେ କ୍ୟାରିଙ୍କ ହାତ ଧରିଛନ୍ତି । ତେବେ ଜନସନଙ୍କ ଡାଉନିଂ ଷ୍ଟ୍ରିଟ୍ କାର୍ଯ୍ୟାଳୟର ମୁଖପାତ୍ର ଏହି ବିବାହ ଉପରେ କିଛି ସୂଚନା ଦେବାକୁ ମନାକରି ଦେଇଥିବା ସୂଚନା ମିଳିଛି ।