“ବ୍ରହ୍ମୋସ’ ମିସାଇଲର ସଫଳ ବ୍ୟବହାରିକ ପରୀକ୍ଷଣ

0

“ବ୍ରହ୍ମୋସ’ ମିସାଇଲର ସଫଳ ପରୀକ୍ଷଣ ହୋଇଛି । ଭାରତ ଓ ଋଷର ମିଳିତ ସହଯୋଗରେ ନିର୍ମିତ “ବ୍ରହ୍ମୋସ’କୁ କ୍ଷେପଣାସ୍ତ୍ର ବିଧ୍ୱଂସକାରୀଭାବେ ବ୍ୟବହାର କରାଯିବ । ଆଜି ସକାଳ 8.45 ମିନିଟରେ ଚାନ୍ଦିପୁର 3 ନମ୍ବର ଲଞ୍ଚପ୍ୟାଡ଼ରୁ “ବ୍ରହ୍ମୋସ’ ମିସାଇଲର ବ୍ୟବହାରିକ ପରୀକ୍ଷଣ କରାଯାଇଛି । ମଧ୍ୟମ ଦୂରଗାମୀ ସୁପରସୋନିକ କ୍ରୁଜ ମିସାଇଲ “ବ୍ରହ୍ମୋସ’ର ପରୀକ୍ଷଣ କରାଯାଇଛି । ଏଥିରେ ଲାଇଭ ଏକ୍ସଟେନସନ ଟେକ୍ନୋଲୋଜୀ ବ୍ୟବହାର କରାଯାଇଛି । ଫଳରେ ଏହାର ଲକ୍ଷ୍ୟଭେଦ କ୍ଷମତା 290 କିମି ରୁ 400 କିମି ବୃଦ୍ଧି ପାଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ଭାରତ ଓ ଋଷର ମିଳିତ ସହଯୋଗରେ ନିର୍ମିତ ଏହି କ୍ଷେପଣାସ୍ତ୍ର “ବ୍ରହ୍ମୋସ’କୁ କ୍ଷେପଣାସ୍ତ୍ର ବିଧ୍ୱଂସକାରୀଭାବେ ବ୍ୟବହାର କରାଯାଇଥାଏ । 8.4ମିଟର ଲମ୍ବ, 06 ମିଟର ଓସାର ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର 2.5  ଟନ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରହିଛି ।

Leave a comment