ପୁରୀରେ ପ୍ରାକ୍ ନିର୍ବାଚନୀ ହିଂସା, ଫୁଟିଲା ବୋମା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ସଦର ନିର୍ବାଚନ ମଣ୍ଡଳୀ କାଶୀହରିପୁର ପଞ୍ଚାୟତରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଚଳିତ ନିର୍ବାଚନରେ କାଶୀହରିପୁର ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ହୋଇଥିବା ମୁକ୍ତିକାନ୍ତ ପଣ୍ଡାଙ୍କ ଘର ପଛପଟେ ଏହି ବୋମା ବିସ୍ଫୋରଣ ହୋଇଛି । ବୋମାମାଡ ପରେ ସରପଞ୍ଚ ପ୍ରାର୍ଥୀ ମୁକ୍ତିକାନ୍ତ ପଣ୍ଡା କହିଛନ୍ତି ଯେ ଆଜି ସକାଳ ପ୍ରାୟ ୯ ଟା ୩୦ ସମୟରେ ସେ ଠାକୁର ପୂଜା କରିବା ସମୟରେ ତାଙ୍କ ଘର ପଛପଟରେ ବୋମାମାଡ କରାଯାଇଥିଲା । ମୁଁ ସରପଞ୍ଚ ପ୍ରାର୍ଥୀ ହୋଇଥିବାରୁ କେହି ଆକ୍ରୋଶମୂଳକ ଭାବରେ ଏପରି କରିଥାଇପାରେ ବୋଲି କହିଛନ୍ତି ମୁକ୍ତିକାନ୍ତ ପଣ୍ଡା । ବୋମାମାଡ ପରେ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନିର୍ବାଚନକୁ ନେଇ ଏଭଳି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରିଛି ପୋଲିସ ।