ଚଳିତ ବର୍ଷ ବି ବୋଲବମ୍ ଉପରେ ଲାଗିଲା କଟକଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟ ସରକାର ଚଳିତ ବର୍ଷ ମଧ୍ୟ ବୋଲବମ୍ ଉପରେ ରୋକ୍ ଲଗାଇଛନ୍ତି । ଶ୍ରାବଣ ମାସ ପାଇଁ ରାଜ୍ୟ ସରକାର ନିୟମ ଲାଗୁ କରିଛନ୍ତି । ଫଳରେ ଜୁଲାଇ ଓ ଅଗଷ୍ଟ ମାସରେ କାଉଡ଼ିଆ ଯାତ୍ରା ବନ୍ଦ ରହିବ । ରାଜ୍ୟରେ କୋଭିଡ-୧୯ ସ୍ଥିତିରେ ସୁଧାର ଆସି ନଥିବାର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁସାରେ କାଉଡ଼ିଆମାନେ କୌଣସି ଧାର୍ମିକ ସ୍ଥାନରୁ ଜଳଧରି ଯାତ୍ର୍ରା କରିପାରିବେ ନାହିଁ । ରାସ୍ତାରେ କଳସ ଧରି ମନ୍ଦିର ଅଭିମୁଖେ ଯାଇପାରିବେ ନାହିଁ ।

Leave a comment