ସମୁଦ୍ରକୂଳରେ ଲାଗିଲା ବୋଏ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ତଣ୍ଡାହର ସମୁଦ୍ରକୂଳରେ ଲାଗିଛି ଗୋଟିଏ ବୋଏ । ଆଜି ସକାଳେ ଏହି ବୋଏଟି ତଣ୍ଡାହର ସମୁଦ୍ରକୂଳରେ ଭାସୁଥିଲା ।
ସୂଚନାଯୋଗ୍ୟ, ଜାହାଜଗୁଡ଼ିକର ଦିଗ ନିରୂପଣରେ ସହଯୋଗ ସହ ଲଙ୍ଗର ପକାଇବା ଓ ସମୁଦ୍ରର ଢେଉ ନିୟନ୍ତ୍ରଣ କରିବା ଲାଗି ଏହାକୁ ବ୍ୟବହାର କରାଯାଇଥାଏ। ସ୍ଥାନୀୟଲୋକେ ଏହାକୁ ଦେଖି ରଶି ସାହାଯ୍ୟରେ କୂଳକୁ ଟାଣି ଆଣିଥିଲେ। ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଥିଲା। ଏହି ବୋଏକୁ ଜେସିବି ମେସିନ ସହାୟତାରେ ଉପରୁ ଅଣାଯିବ ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।