ଗଙ୍ଗାରେ ଓଲଟିଲା ଡଙ୍ଗା; ୪ ମୃତ, ଅନେକ ନିଖୋଜ

0

ଉତ୍ତର ପ୍ରଦେଶର ବଲିୟାରେ ଡଙ୍ଗା ଓଲଟିବା ଯୋଗୁଁ ବଡ ଦୁର୍ଘଟଣା। କୁହାଯାଉଛି ଯେ,ଏକ ‘ମୁଣ୍ଡନ ସଂସ୍କାର’ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିବା ବେଳେ ଏହି ଅଘଟଣା ଘଟିଥିଲା। ୪୦ ଜଣ ଲୋକ ଡଙ୍ଗାରେ ବସି ମାଲଦେପୁର ଗଙ୍ଗା ଘାଟକୁ ଯାଉଥିଲେ। ସକାଳ ପ୍ରାୟ ସାଢେ ୮ଟା ବେଳେ ଏହି ଡଙ୍ଗା ଓଲଟି ପଡିଥିଲା।

ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ନିଖୋଜ ଅଛନ୍ତି। କୁହାଯାଉଛି ଯେ, ଅନେକ ଲୋକଙ୍କୁ ପାଣି ଭିତରକୁ ଉଦ୍ଧାର କରାଯାଇ ସାରିଛି। ପାଣିରେ ବୁଡିବା ଯୋଗୁଁ ଗୁରୁତର ହୋଇ ପଡିଥିବା ଲୋକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଡଙ୍ଗାରେ ଅଧିକ ସଂଖ୍ୟାରେ ଲୋକ ଚଢିଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ପ୍ରଶାସନ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ନିଖୋଜ ଥିବା ଲୋକଙ୍କ ତଲାସୀ ନିଆଯାଉଛି। ଏହି ଘଟଣା ସମୟର କିଛି ଭିଡିଓ ଫୁଟେଜ ଏବେ ଦେଖିବାକୁ ମିଳିଛି। ଯେଉଁଥିରେ ଦେଖିବାକୁ ମିଳୁଛି ନଦୀରେ ବୁଡି ଯାଉଥିବା କିଛି ଲୋକ ପହଁରିକି କୂଳକୁ ଆସିବାକୁ ଚେଷ୍ଟା କରୁଛନ୍ତି।

Leave a comment